ଦେବାଶିଷ ପଣ୍ଡା ହେଲେ କେନ୍ଦ୍ର ଆର୍ଥିକ ସେବା ବିଭାଗ ସଚିବ

ନୂଆଦିଲ୍ଲୀ : ବରିଷ୍ଠ ଓଡ଼ିଆ ଆଇଏଏସ ଅଫିସର ଦେବାଶିଷ ପଣ୍ଡାଙ୍କୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟରେ ଆର୍ଥିକ ସେବା ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ପଣ୍ଡା ୧୯୮୭ ବ୍ୟାଚ ଉତ୍ତର ପ୍ରଦେଶ କ୍ୟାଡର ଆଇଏଏସ ଅଧିକାରୀ। ଏବେ ସେ ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଶ୍ରୀ ପଣ୍ଡାଙ୍କ ନୂତନ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛି। ଉକ୍ତ ପଦରେ ଏବେ ରାଜୀବ କୁମାର କାର୍ଯ୍ୟ କରୁଛନ୍ତି। ଚଳିତମାସରେ ସେ ଅବସର ନେବା ପରେ ଶ୍ରୀ ପଣ୍ଡା ନୂଆ ଦାୟିତ୍ବ ଗ୍ରହଣ କରିବେ। କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଶ୍ରୀ ପଣ୍ଡାଙ୍କ ନିଯୁକ୍ତି ସମ୍ପର୍କରେ ନିର୍ଦ୍ଦେଶନାମା ଜାରି ହୋଇଛି।