Odisha Link
Bridging the Missing Links in Odisha

ଅଧିବେଶନ ଆରମ୍ଭ ହେଉ ହେଉ ଆସନରୁ ଉଠି ପଳାଇଲେ କଂଗ୍ରେସ ସଦସ୍ୟ

ଭୁବନେଶ୍ବର: ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ଅଭିଭାଷଣ ରଖିଲେ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍। ମହାମହିମ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ଅସନ୍ତୋଷ ପ୍ରକାଶ କଲେ କଂଗ୍ରେସ ସଦସ୍ୟ। ନିଜ ଆସନରେ ଛିଡା ହୋଇ ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କଲେ। ଆଉ କିଛି ସମୟ ପରେ ବିରୋଧୀ କଂଗ୍ରେସର ସମସ୍ତ ବିଧାୟକ କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଛି ।
ତେବେ ଚଳିତ ବଜେଟ ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ଗଣେଶୀ ଲାଲ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ। ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସରକାରଙ୍କ ଯୋଜନାକୁ ନେଇ ବକ୍ତବ୍ୟ ଦେଇଥିଲେ। ଅଭିଭାଷଣରେ ମୋ ସରକାରକୁ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ମଧ୍ୟ ଭୁରୁ ଭୁରି ପ୍ରଶଂସା କରିଛନ୍ତି ରାଜ୍ୟପାଳ।

କାଳିଆ ଯୋଜନା ପାଇଁ ଚାଷୀଙ୍କ ଆୟ ଅତୀତରେ ଦୁଇ ଗୁଣା ହୋଇଛି। ଚାଷୀଙ୍କୁ ମୋ ସରକାରରେ ସୁବିଧା ମିଳୁଛି। ଛାତ୍ରଛାତ୍ରୀଙ୍କ ପାଇଁ କାଳିଆ ଛାତ୍ର ବୃତ୍ତି ଯୋଜନା ଲାଗୁ ହୋଇଛି। ଏଥିସହ ମୋ ସରକାର ଓଡିଶାର କଳା, ସଂସ୍କୃତି ଏବଂ ଐତିହ୍ୟକୁ ବଞ୍ଚାଇ ରଖିବାକୁ ଶ୍ରୀମନ୍ଦିରକୁ ଅଧିକ ଫୋକସ କରିଥିବା ରାଜ୍ୟପାଳ କହିଛନ୍ତି।
ଶ୍ରୀଜନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ମୋ ସରକାର ଫୋକସ ଦେଉଛନ୍ତି। ଶ୍ରୀମନ୍ଦିର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଯାହାର ଝଲକ ନିକଟରେ ହୋଇଥିବା ଶ୍ରୀମନ୍ଦିରର ବିଭିନ୍ନ ସୌନ୍ଦର୍ୟ୍ୟକରଣ କାର୍ୟ୍ୟରୁ ଦେଖିବାକୁ ମିଳିଛି । ଠିକ୍ ସେହିପରି ଶ୍ରୀ ଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ପଦକ୍ଷେପ ନେଉଛନ୍ତି ସରକାର। ଅନ୍ୟପଟେ ରାଜ୍ୟରେ ଦାରିଦ୍ର୍ୟ ଦୂର କରିବାକୁ ପଦକ୍ଷେପ ନିଆଯାଇଛି। ଉଠା ଜଳସେଚନ ଜରିଆରେ ଚାଷୀଙ୍କୁ ଜଳଯୋଗାଣ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

Comments are closed.