Odisha Link
Bridging the Missing Links in Odisha

ଶପଥ ଗ୍ରହଣ ଉତ୍ସବକୁ କୁନି କେଜରିଓ୍ବାଲଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ଆସନ୍ତା ୧୬ରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲଙ୍କ ଶପଥ ଗ୍ରହଣ ସମାରୋହ ଦିଲ୍ଲୀର ରାମଲୀଲା ମୈଦାନରେ ହେବ। ଏଥି ନେଇ ପାର୍ଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ସବୁଠାରୁ ବଡ କଥା ହେଉଛି, ଏଥର ଦିଲ୍ଲୀ ରାଜ୍ୟ ସରକାରଙ୍କ ଶପଥପାଠ ଉତ୍ସବରେ କୌଣସି ବଡ ନେତାଙ୍କୁ ଆମତନ୍ତ୍ର କରାଯାଉନାହିଁ କିନ୍ତୁ କେଜ୍ରିୱାଲଙ୍କ ବିଜୟ ପରେ ଚର୍ଚ୍ଚାକୁ ଆସିଥିବା ‘ବେବି ମଫଲର ମ୍ୟାନ’ଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣକରାଯାଇଛି। ଆମ ଆଦମୀ ପାର୍ଟି ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଏହାର ସୂଚନା ଦିଆଯାଇଛି।

ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣନା ଦିନ ଜଣେ କୁନି ଶିଶୁର ଫଟୋ ଖୁବ୍ ଭାଇରାଲ ହୋଇଥିଲା। ଶିଶୁଙ୍କୁ ସେ ଦିନ କେଜ୍ରିୱାଲଙ୍କ ବେଶରେ ଦେଖାଯାଇଥିଲା। ଯେଉଁଥିରେ ସେ ଏକ ସାଧା ସ୍ୱେଟର, ମଫଲର ଓ ଚଷମା ପିନ୍ଧିଥିଲେ।

Comments are closed.