Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ପିଏଚ୍‌ଡି ସହକାରୀ ଯନ୍ତ୍ରୀ

ବଲାଙ୍ଗିର: ବଲାଙ୍ଗୀର ପିଏଚଡି ବିଭାଗର ସହକାରୀ ଯନ୍ତ୍ରୀ ଅଶୋକ କୁମାର ଦୁରିଆଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଥିବା ଜଣାପଡିଛି।
ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ବଲାଙ୍ଗୀର ଅଫିସ ସହ ବାରିପଦାରେ ଥିବା ପୈତୃକ ଘର, ବାସଭବନ ଓ ଶ୍ବଶୁର ଘର ସମେତ ଭୁବନେଶ୍ବରରେ ଥିବା ଘର ଉପରେ ଏକ କାଳୀନ ଭିଜିଲାନ୍ସ ଚଢ଼ାଉ କରିଛି। ତେବେ ଚଢ଼ାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ। ଅଶୋକ କୁମାର ଦୁରିଆଙ୍କ ନାଁରେ ବହୁ ଅଭିଯୋଗ ରହିଥିବା ଜଣାପଡିଛି।

Comments are closed.