Odisha Link
Bridging the Missing Links in Odisha

ଫେରିଗଲା ବର ଅଧାରେ ରହିଲା ବାହାଘର

ସୋର: ବାହାଘର ପାଇଁ ବାଜା, ରୋଷଣି ଧରି ଗାଁ ଦାଣ୍ଡ ଦୁଲୁକାଇ ବରଯାତ୍ରୀ ଆସୁଥିଲା। କିଛି ସମୟ ପରେ ମନ୍ତ୍ର ଧ୍ୱନିରେ ପଡ଼ିଥାନ୍ତା ହାତଗଣ୍ଠି। ହେଲେ ଅଧାରେ ରହିଗଲା ବାହାଘର। ଅଧା ପ୍ରୋସେସନ୍‌ରୁ ଫେରିଗଲେ ବର ଓ ବରଯାତ୍ରୀ। କନ୍ୟା ନାବାଳିକା ଥିବାରୁ ଏହି ବିବାହ ଅଧାରୁ ବନ୍ଦ କରାଯାଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସାରଙ୍ଗପୁର ଗାଁରେ।

ସୂଚନା ମୁତାବକ, ବାହାନଗା ବ୍ଲକ୍‌ର ଜଣେ ନାବାଳିକାଙ୍କ ସହ ଡାଲଙ୍ଗ ଗାଁର ଜଣେ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। ଗତକାଲି ବିବାହ ହୋଇଥାନ୍ତା। ହେଲେ ବିବାହ ପୂର୍ବରୁ ଝିଅଟି ନାବାଳିକା ବୋଲି ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା କୌଣସି ସୂତ୍ରରୁ ଖବର ପାଇ ପୁଲିସ୍‌ ସହାୟତାରେ କନିଆ ଘରେ ପହଞ୍ଚିଥିଲେ। ଝିଅକୁ ୧୮ ବର୍ଷ ହୋଇନଥିବାରୁ ବାହାଘର ଏବେ ନ କରାଇବାକୁ ଚାଇଲ୍ଡ ଲାଇନ୍ ଝିଅର ବାପାକୁ ବୁଝାଇଥିଲେ। ଝିଅ ଘର ଲୋକେ ନିଜ ଭୁଲ୍‌ ହୃଦୟଙ୍ଗମ କରି ବାହାଘର ଅଧାରୁ ବନ୍ଦ କରିଦେଇଥିଲେ। ପ୍ରୋସେସନ୍‌ କରି ବିବାହ ସ୍ଥଳକୁ ଆସୁଥିବା ବର ଓ ବରଯାତ୍ରୀମାନେ ପୁଲିସ୍‌କୁ ଦେଖିବା ପରେ ଛାନିଆ ହୋଇ ଫେରି ଯାଇଥିଲେ।

Comments are closed.