ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୫ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି। ସାଧାରଣ ପ୍ରସାଶନ, ଏସ୍ସି/ ଏସ୍ଟି, ପୂର୍ତ୍ତ ବିଭାଗ ଓ ଉଚ୍ଚଶିକ୍ଷା ବିଭାଗରର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକରେ ଫଛୁଆ ବର୍ଗଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ମିଳିଛି। ସୂତ୍ର ମୁତାବକ କ୍ୟାବିନେଟ୍ ବୈଠକ ଅତି ତରବରିଆ ଭାବେ ଡକାଯାଇଥିବାରୁ କୌଣସି ମନ୍ତ୍ରୀଙ୍କୁ କ୍ୟାବିନେଟ୍ ଚିଠା ପ୍ରସ୍ତାବ ପ୍ରଦାନ କରାଯାଇନ ଥିଲା।
Comments are closed.