Odisha Link
Bridging the Missing Links in Odisha

ଅଗଷ୍ଟ ୧୫ରୁ ଲୋକଙ୍କୁ ଅନଲାଇନ୍ ଜରିଆରେ ମିଳିବ ସବୁ ସୁବିଧା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କାରଣ ‘‘ଅଗଷ୍ଟ ୧୫ ତାରିଖରୁ ଲୋକମାନଙ୍କୁ ଆଉ ବାରମ୍ବାର ସରକାରୀ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ହାତ ପାହାନ୍ତାରେ ସବୁ ସରକାରୀ ସୁବିଧା ମିଳିବ। ଅନ୍‌ଲାଇନ୍‌ ଜରିଆରେ ସବୁ ସରକାରୀ ସୁବିଧା ଉପଲବ୍ଧ ହେବ’’। ଏନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ରାଜ୍ୟ ସରକାରଙ୍କ ସମସ୍ତ ପ୍ରମୁଖ ବିଭାଗର ପାରିଶ୍ରମିକ ବ୍ୟାଙ୍କ ମାଧ୍ୟମରେ ଦିଆଯିବ। ଏପ୍ରିଲ ପହିଲାରୁ ସମସ୍ତ ବିଭାଗର ସରକାରୀ ନେଣଦେଣ ଆଇଏଫ୍‌ଏମ୍‌ଏସ୍‌ ମାଧ୍ୟମରେ କରାଯିବ। ମାର୍ଚ୍ଚ ୫ ତାରିଖ ସୁଦ୍ଧା ସମସ୍ତ ବିଭାଗ ମୋ ସରକାରରେ ସାମିଲ ହେବ।’’

‘‘ଲୋକମାନେ ଆମ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଲୋକଙ୍କ ଭରସା ରଖିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ୨୦ ବର୍ଷର ଶାସନ ଭିତରେ ଆମେ ଯାହା ପ୍ରତିଶ୍ରୁତି ଦେଇଛୁ ତାକୁ ଆମେ ପାଳନ କରିଛୁ। ଚାଷ କ୍ଷେତ୍ରର ବିକାଶ ପ୍ରତି ଆମ ସରକାର ଗୁରୁତ୍ୱ ଦେଇଛନ୍ତି। ଚାଷୀମାନଙ୍କ ଆୟ ଦୁଇ ଗୁଣ ହେବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ। ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ହେଉଛି ଆମର ମୂଳ ଲକ୍ଷ୍ୟ। ୮୦ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବା ସମ୍ଭବ ହୋଇଛି’’ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

‘କାଳିଆ’ ଯୋଜନା ଉପରେ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନା ହେଉଛି ସାରା ଦେଶ ପାଇଁ ମଡେଲ। ପ୍ରାୟ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୫ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ଦିଆଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଆମ ସରକାର ସଫଳ ହୋଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ।

Comments are closed.