Odisha Link
Bridging the Missing Links in Odisha

ବିଦ୍ୟୁତରେ ଜୀବନ ଗଲେ ୪ ଲକ୍ଷ

ଭୁବନେଶ୍ବର: ଏଣିକି ବିଦ୍ୟୁତ ଆଘାତରେ ଜୀବନ ଗଲେ ମିଳିବ ଅଧିକ କ୍ଷତିପୂରଣ। ବିଦ୍ୟୁତ ତାର ଲାଗି ଜୀବନ ଗଲେ ୪ ଲକ୍ଷ ଏବଂ ୬୦ ପ୍ରତିଶତ କ୍ଷତିରେ ମିଳିବ ୨ ଲକ୍ଷ ଟଙ୍କା। ୪୦ରୁ ୬୦ ପ୍ରତିଶତ କ୍ଷତିରେ ୫୯,୫୦୦ ଟଙ୍କା ମିଳିବ। ଏଥସହ ୭ରୁ ଅଧିକ ଦିନ ମେଡିକାଲରେ ଚିକିତ୍ସିତ ହେଲେ ୧୨ ହଜାର ଟଙ୍କା ମିଳିବ। ସପ୍ତାହକରୁ କମ୍‌ ସମୟ ଚିକିତ୍ସିତ ହେଲେ ୪୫୦୦ ଟଙ୍କା ମିଳିବ।

ସେହିପରି ଗାଇ, ମଇଁଷିଙ୍କ ମୃତ୍ୟୁ ହେଲେ ୩୦ ହଜାର ଟଙ୍କା ଏବଂ ଛେଳି, ମେଣ୍ଢା, ଘୁଷୁରୀଙ୍କର ମୃତ୍ୟୁ ହେଲେ ୩ ହଜାର ଟଙ୍କା ମିଳିବ। କୁକୁଡା ଫାର୍ମ ନଷ୍ଟ ହୋଇଥିଲେ ୫ ହଜାର ଟଙ୍କା କ୍ଷତିପୂରଣ ମିଳିବ। ଏନେଇ ରାଜ୍ୟ ସରକାର ବଦ୍ୟୁତ୍‌ ନିୟାମକ ଆୟୋଗଙ୍କୁ ସୁପାରିସ କରିଛନ୍ତି। ଆଜି ବିଧାନସଭାରେ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଣ୍ର ଏନେଇ ସୂଚନା ଦେଇଛନ୍ତି।

Comments are closed.