ଟ୍ରମ୍ପଙ୍କ ପାଇଁ ସଜେଇ ହେଉଛି ରାସ୍ତାଘାଟ

ନୂଆଦିଲ୍ଲୀ: ଆସନ୍ତା ୨୪ ଓ ୨୫ ଦୁଇ ଦିନ ଧରି ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଭାରତ ଗସ୍ତକୁ ସ୍ମରଣୀୟ କରିବାକୁ ଭାରତ ସରକାର ଅନେକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଅହମଦାବାଦରେ ନିର୍ମାଣଧୀନ ବିଶ୍ୱର ସବୁଠାର ବଡ଼ ଷ୍ଟାଡିୟମକୁ ଟ୍ରମ୍ପ ଉଦଘାଟନ କରିବେ। ବୁଧବାର ଟ୍ରମ୍ପ ସିଧା ୱାଶିଂଟନରୁ ଅହମଦାବାଦ ଆସିବେ। ଟ୍ରମ୍ପ ସର୍ଦ୍ଦାର ପଟେଲ ଏୟାରପୋର୍ଟରୁ ନୂଆ କରି ନିର୍ମାଣ ହୋଇଥିବା ମୋଟେରା ଷ୍ଟାଡିୟମକୁ ଯିବେ।
ଏହି ରାସ୍ତାରେ ଥିବା କାନ୍ଥ ଗୁଡ଼ିକ ନୂଆ ରୂପରେ ସଜେଇ ହେୁଛି।। ସେହିପରି ଡେକୋରେସନ ପାଇଁ ପ୍ରଶାସନ କାନ୍ଥଗୁଡ଼ିକରେ ନୂଆ ନୂଆ ଚିତ୍ର ଓ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ କଥା ସବୁ ଲେଖିଛି। ଟ୍ରମ୍ପଙ୍କ ସ୍ବାଗତ କରିବା ପାଇଁ ଅହମଦାବାଦ ପ୍ରଶାସନ ସମସ୍ତ କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେଉଛି।
ସେହିପରି ତାଜ ମହଲ ପରିସରକୁ ପରିଷ୍କାର କରାଯିବା ସହ ୱାଟରପୋଲରେ ନୂଆ ରଙ୍ଗ ଦିଆଯାଇଛି। ତାଜ ମହଲ ବାହାରେ ଥିବେ ଦୋକାନୀମାନଙ୍କୁ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ୟୁନିଫର୍ମ ପିନ୍ଧିବାକୁ କୁହାଯାଇଛି। ସେହିପରି ଦୋକାନ ଗୁଡ଼ିକ ଉପରେ ସରକାରୀ ଲୋଗ ସହ ବୋର୍ଡ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଆଗ୍ରା ରାସ୍ତା କଡ଼ରେ ଥିବା କାନ୍ଥରେ ମଧ୍ୟ ନୂଆ ରଙ୍ଗ ଦିଆଯାଇଛି। ଆଗ୍ରା ଏୟାରପୋର୍ଟ ଓ ତାଜମହଲ ରାସ୍ତାରେ ପ୍ରାୟ ୩ ହଜାର କଳାକାର ଉପସ୍ଥିତ ରହି ଟ୍ରମ୍ପଙ୍କୁ ସ୍ୱାଗତ କରିବେ।