Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ଓକିଲଙ୍କୁ ଭେଟିବାକୁ ମନାକଲା ଦୋଷୀ ପୱନ

ନୂଆଦିଲ୍ଲୀ: ମାର୍ଚ୍ଚ ୩ରେ ଫାଶି ପାଇବେ ନିର୍ଭୟା ମାମଲାର ୪ଦୁଷ୍କର୍ମକାରୀ। ଏହା ପୂର୍ବରୁ ନିର୍ଭୟା ମାମଲାର ଦୋଷୀ ପୱନ ଗୁପ୍ତା ଜେଲରେ ନିଜ ଓକିଲ ରବି କାଜିଙ୍କୁ ଭେଟିବାକୁ ମନା କରିଛି । ତେବେ କଣ ପାଇଁ ଭେଟିବାକୁ ମନା କରିଛି, ତାହା ସ୍ପଷ୍ଟ ହୋଇନାହିଁ । ଏପି ସିଂ ମାମଲା ଛାଡିବା ପରେ ଅଦାଲତ ଦ୍ବାରା ରବି କାଜିଙ୍କୁ ପୱନର ଓକିଲ ନିଯୁକ୍ତ କରାଯାଇଥିଲା । ନୂତନ ଭାବେ ଡେଥ ୱାରେଣ୍ଟ ଜାରି ହେବାପରେ ପୱନର ଆଇନଗତ ପଦକ୍ଷେପ ସଂପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ନିର୍ଭୟା ମାମଲାରେ ୩ ଦୋଷୀଙ୍କ ଦୟା ଯାଚିକା ଖାରଜ ହୋଇଥିବାବେଳେ ପୱନ ଦୟାଯାଚିକା ଦାଖଲ କରିନାହିଁ । ତେଣୁ ପୱନର ଦୟା ଯାଚିକା ବା ଆଇନଗତ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।

Comments are closed.