Odisha Link
Bridging the Missing Links in Odisha

ରାତି ସାରା ଟ୍ରଲିରେ ପଡିରହିଲା ଶବ

ତରଭା: ସୋନପୁର ବିନିକା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ବାହାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ମେଡିକାଲ ବାହାରେ ସାରାରାତି ଟ୍ରଲିରେ ପଡିରହିଥିଲା ମୃତଦେହ।
ବିନିକାପଡାର ଜିତେନ୍ଦ୍ର ସାହୁଙ୍କ ପତ୍ନୀ ପୁଜା ସାହୁ ପୋଡି ହୋଇ ମେଡିକାଲ ଆସିଥିଲେ। ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି ନମିଳିବାରୁ ବାଧ୍ୟହୋଇ ତାଙ୍କୁ ଏକ ଟ୍ରଲିରେ ବିନିକା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ତେବେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ସାରାରାତି ଶବଟି ଟ୍ରଲିରେ ପଡି ରହିଥିଲେ ମଧ୍ୟ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟକେନ୍ଦ୍ର କୌଣସି ପଦେକ୍ଷପ ନେଇନଥିଲେ। ପରିବାର ଲୋକେ ମଧ୍ୟ ସେଠାରେ କେହିନଥିଲେ।

Comments are closed.