Odisha Link
Bridging the Missing Links in Odisha

ଟ୍ରମ୍ପଙ୍କ ସହ ଏହି ମାନେ ମଧ୍ୟ ଭାରତ ଗସ୍ତରେ ଆସିବେ

ନୂଆଦିଲ୍ଲୀ: ଆସନ୍ତା ୨୪ ଓ ୨୫ ତାରିଖରେ ୨ଦୁନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଏହି ଗସ୍ତ ସମୟରେ କେବଳ ସେ ନୁହେଁ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଭାରତ ଗସ୍ତରେ ଆସିବେ। ଏଥିସହିତ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ମଧ୍ୟ ନୂଆଦିଲ୍ଲୀ ଗସ୍ତରେ ଆସୁଛନ୍ତି। ଜାରେଡ ଏବେ ଟ୍ରମ୍ପ ପରାମର୍ଶଦାତା ଭାବେ ହ୍ୱାଇଟହାଉସରେ କାର୍ଯ୍ୟ କରୁଛନ୍ତି। ଟ୍ରମ୍ପଙ୍କ ସହ ଆସୁଥିବା ଉଚ୍ଚସ୍ତରୀୟ କମିଟିରେ ଇଭଙ୍କା ଓ ଜାରେଡ ରହିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ମେଲାନିଆଙ୍କ ସହ ଟ୍ରେଜେରୀ ସଚିବ ଷ୍ଟିଭେନ ମୁନିଚ ଓ ବାଣିଜ୍ୟ ସଚିବ ୱିଲବୁର ରସ୍‌ ମଧ୍ୟ ଅଛନ୍ତି।

ଆସନ୍ତା ୨୪ ତାରିଖରେ ଟ୍ରମ୍ପ ସିଧା ଅହମଦାବାଦରେ ପହଞ୍ଚିବେ। ଅହମଦାବାଦରେ ଆୟୋଜିତ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଟ୍ରମ୍ପ ଆଗ୍ରା ଯିବେ। ଶେଷରେ ସେ ନୂଆଦିଲ୍ଲୀ ଆସିବେ।

Comments are closed.