Odisha Link
Bridging the Missing Links in Odisha

ଆତଙ୍କବାଦୀ ଯବାନ ମୁହାଁମୁହିଁ ; ୨ ଆତଙ୍କୀ ମୃତ

ଶ୍ରୀନଗର: ଅନନ୍ତନାଗ ଜିଲ୍ଲାର ସଙ୍ଗମ ସହର ଅନ୍ତର୍ଗତ ଗୁନ୍ଦ ବାବା ଖଲିଲ୍‌ ଠାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶନିବାର ରାତିରେ ଏନ୍‌କାଉଣ୍ଟର୍‌ ବେଳେ ସେମାନେ ନିହତ ହୋଇଥିବା ଜଣାପଡ଼ିଛି। ଦୁଇ ନିହତ ଆତଙ୍କବାଦୀ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ଥିଲେ। ପୁଲିସ, ସିଆର୍‌ପିଏଫ୍‌ ଏବଂ ସେନାବାହିନୀର ମିଳିତ ଅଭିଯାନରେ ସେମାନଙ୍କୁ ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ପୁଲିସ ଗୋଟାଏ ଏକେ-୪୭, ଗୋଟାଏ ପିସ୍ତଲ୍‌, କେତେଗୁଡ଼ିଏ ଗୁଳି ଏବଂ ଅନ୍ୟାନ୍ୟ ଅସ୍ତ୍ର ଉଦ୍ଧାର କରିଛି। ଟୁଇଟ୍‌ କରି ଏ ତଥ୍ୟ ଦେଇଛି କଶ୍ମୀର ଜୋନ୍‌ ପୋଲିସ୍‌। ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ପରିଚୟ ମଧ୍ୟ ମିଳିଛି। ସେମାନେ ହେଉଛନ୍ତି କ୍ୱାମୋହ ବାସିନ୍ଦା ନଓ୍ଵିତ୍‌ ଭଟ ଏବଂ ୟାସୀନ୍‌ ଭଟ।

Comments are closed.