Odisha Link
Bridging the Missing Links in Odisha

ସୁବର୍ଣ୍ଣପୁର ସଡ଼କ ଦୁର୍ଘଟଣାରେ୪ ମୃତ, ୭ ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମେଟାକାନୀ ରାସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସୁବର୍ଣ୍ଣପୁର-ସମ୍ବଲପୁର ରାଜ୍ୟ ରାଜପଥର ମେଟାକାନୀ ଛକରେ ଏକ ଟ୍ରକ୍ ଓ ପିକଅପ୍ ମୁହାଁମୁହିଁ ଧକକା ହେବା ଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଉଲୁଣ୍ଡା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତଙ୍କୁ ଉଦ୍ଧାର କରିଛି। ଗୁରୁତର ଆହତମାନଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.