Odisha Link
Bridging the Missing Links in Odisha

ଟ୍ରମ୍ପ୍‌ ଦମ୍ପତ୍ତିଙ୍କ ସହ ଏ ଯୁବକ ଜଣକ କିଏ?, ଜାଣନ୍ତୁ

ଆଗ୍ରା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ଗତକାଲି ଉତ୍ତରପ୍ରଦେଶର ଐତିହାସିକ ସହର ଆଗ୍ରାରେ ପରିଦର୍ଶନ କରିଥିଲେ। ଏହି ଅବସରରେ ଟ୍ରମ୍ପ ଦମ୍ପତ୍ତି ପ୍ରସିଦ୍ଧ ମୋଗଲ ଭାସ୍କର୍ଯ୍ୟ ତଥା ପ୍ରେମର ପ୍ରତୀକ ତାଜମହଲ ପରିଦର୍ଶନ କରିଥିଲେ। ତେବେ ତାଜମହଲ ପରିଦର୍ଶନ ସମୟରେ ଜଣେ ଭାରତୀୟ ଯୁବକ ଟ୍ରମ୍ପଙ୍କୁ ତାଜମହଲର ଇତିହାସ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା।

ତେବେ ଆପଣ ଜାଣିଛନ୍ତି କି ଏହି ଯୁବକ ଜଣକ କିଏ? ଯାହାଙ୍କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ଲାଗି ରହିଛି। ଏହି ଯୁବକଙ୍କ ନାମ ହେଉଛି ନିତିନ ସିଂ। ଜଣେ ଗାଇଡ଼ ଭାବେ କାର୍ଯ୍ୟ କରୁଥିବା ନିତିନ ଟ୍ରମ୍ପଙ୍କ ପୂର୍ବରୁ ଅନ୍ୟ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀମାନଙ୍କୁ ତାଜମହଲ ବାବଦରେ ସୂଚନା ଦେଇଛନ୍ତି। ଯେଉଁମାନେ ତାଜମହଲ ଆସିଛନ୍ତି ନିତିନ ତାଙ୍କୁ ସେହି ଭାଷାରେ ତାଜମହଲର ଇତିହାସ ବର୍ଣ୍ଣନା କରିବା ସହ ମୋଗଲ ସମ୍ରାଟ ସାହାଜାହାନ ଓ ବେଗମ୍ ମମତାଜଙ୍କ ପ୍ରେମ କାହାଣୀକୁ ଅତି ସୁନ୍ଦର ଢଙ୍ଗରେ ଉପସ୍ଥାପିତ କରିଛନ୍ତି।

ଆଗ୍ରାର କଟାର ଫୁଲେଲରେ ରହୁଥିବା ନିତିନଙ୍କ କଥାକୁ ଉଭୟ ଟ୍ରମ୍ପ ଓ ମେଲାନିଆ ଖୁବ ଧ୍ୟାନ ସହକାରେ ଶୁଣୁଥିବାର ଦେଖିବାକୁ ମିଳିଥିଲା। ଉଭୟ ତାଜମହଲ ବୁଲିବା ସହ ଏହାର କଳାକୃତିକୁ ପ୍ରଶଂସା କରିଥିଲେ ଓ ଫଟୋ ଉଠାଇଥିଲେ। ନିତିନ ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟହୁ, ବ୍ରାଜିଲର ରାଷ୍ଟ୍ରପତି ଜେୟର ବଲସନାରା , ଫ୍ରାନ୍ସ ରାଷ୍ଟ୍ରପତି ଈମାନୁଏଲ ମେକରୋ ପ୍ରମୁଖଙ୍କୁ ତାଜମହଲ ପରିଦର୍ଶନ ସମୟରେ ସେମାନଙ୍କର ଗାଇଡ୍ ସାଜି ବିବରଣୀ ଦେଇଥିଲେ।

Comments are closed.