Odisha Link
Bridging the Missing Links in Odisha

ୟେସ୍‌ ବ୍ୟାଙ୍କରେ ଜଗାର ୫୪୫ କୋଟି !

ପୁରୀ: ୟେସ୍‌ ବ୍ୟାଙ୍କର ଏବେ ବି ରହିଛି ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା। ଏହାକୁ ନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଲିଖିତ ଉତ୍ତର ଦେଇଛନ୍ତି। ଶ୍ରୀ ଜେନାଙ୍କ କହିବା ଉତ୍ତର ଅନୁଯାୟୀ, ପ୍ରଭୁ ଜଗନ୍ନାଥଙ୍କ ମୋଟ ସଂପତ୍ତି ୬୨୬ କୋଟି ୪୪ ଲକ୍ଷ ୭୮ ହଜାର ଟଙ୍କା ରହିଛି । ସେଥି ମଧ୍ୟରୁ ୩୦.୦୯.୨୦୧୯ ସୁଦ୍ଧା ୟେସ୍‌ ବ୍ୟାଙ୍କରେ ୫୯୨ କୋଟି ଜମା ଥିଲା। ସ୍ଥାୟୀ ଜମାରେ ୫୪୫ କୋଟି ଓ ଫ୍ଲେକ୍ସି ଜମାରେ ୪୭ କୋଟି ରହିଥିଲା। ଏହା ମଧ୍ୟରେ ୪୭ କୋଟିର ଫ୍ଲେକ୍ସି ଜମା ୟେସ୍‌ ବ୍ୟାଙ୍କରୁ ପ୍ରତ୍ୟାହାର ହୋଇଛି। ୫୪୫ କୋଟି ମାର୍ଚ୍ଚ ୧୯ ଓ ୩୦ରେ ଉଠାଯାଇ ରାଷ୍ଟ୍ରୟତ୍ତ ବ୍ୟାଙ୍କରେ ରଖାଯିବ।

Comments are closed.