Odisha Link
Bridging the Missing Links in Odisha

‘ହାପିନେସ୍‌ କ୍ଲାସ୍‌’ରେ ମେଲାନିଆ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରୀ ସର୍ବୋଦୟ ସେକେଣ୍ଡାରୀ ସ୍କୁଲ୍‌ରେ ମେଲାନିଆ ଟ୍ରମ୍ପ୍। ପରିବାର ସହ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଆଜି ଭାରତରେ ଅନ୍ତିମ ଦିନ। ଏହି ଅବସରରରେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍ ଆଜି ଦିଲ୍ଲୀର ସର୍ବୋଦୟ ସନିୟର ସେକେଣ୍ଡାରୀ ସ୍କୁଲ୍‌ ପରିଦର୍ଶନ କରିଛନ୍ତି। ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାରେ କେଜ୍ରିଓ୍ଵାଲ୍‌ ସରକାର ପ୍ରଣୟନ କରିଥିବା ‘ହାପିନେସ୍‌ କ୍ଲାସ୍‌’ ଦେଖିବା ନିମନ୍ତେ ସେ ଦିଲ୍ଲୀ ସ୍କୁଲ୍‌ ପରିଦର୍ଶନ କରିଛନ୍ତି ଏବଂ ପିଲାଙ୍କ ପାଠପଢା ବୁଝିବା ସହ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମେଲାନିଆ। ‘ହାପିନେସ୍‌ କ୍ଲାସ୍‌’ରେ ସ୍କୁଲ୍‌ ପିଲାଙ୍କ ସହ ସମୟ କାଟୁଛନ୍ତି ମେଲାନିଆ।

ପରିବାର ସହ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭାରତରେ ଆଜି ଅନ୍ତିମ ଦିନ। ଏହି ଅବସରରରେ ଡୋନାଲ୍ଡ ଟ୍ରମ୍ପ୍ ଓ ମେଲାନିଆ ଟ୍ରମ୍ପ୍‌ ଆଜି ସକାଳେ ରାଷ୍ଟ୍ରପତି ଭବନରେ ପହଁଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ତାଙ୍କ ପତ୍ନୀ ଓ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭବନରେ ସେମାନଙ୍କୁ ସ୍ବାଗତ କରିଥିଲେ। ଏହା ପରେ ଟ୍ରମ୍ପ୍ ଓ ମେଲାନିଆ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ସେଠାରେ ତାଙ୍କୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଏକ ପ୍ରତିମୂର୍ତ୍ତି ପ୍ରଦାନ କରାଯାଇଛି। ଏଥିସହ ରାଜଘାଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ମେଲାନିଆ ଟ୍ରମ୍ପ୍‌ ବୃକ୍ଷ ରୋପଣ ମଧ୍ୟ କରିଛନ୍ତି। ଏହାପରେ ସେପଟେ ଟ୍ରମ୍ପ୍‌ ହାଇଦ୍ରାବାଦ ହାଉସ୍‌ ଯାଇ ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା କରୁଛନ୍ତି।

Comments are closed.