ବିଚ୍ଛିନ୍ନାଞ୍ଚଳରେ ପୁଣି ଲାଲ୍ ତାଣ୍ଡବ

ଚିତ୍ରକୋଣ୍ଡା: ବିଚ୍ଛିନ୍ନାଞ୍ଚଳରେ କିଛିଦିନ ଧରି ନକ୍ସଲ ପନ୍ଥୀଙ୍କ ଦବଦବା ଥମିଥିବା ବେଳେ ପୁଣି ନିଜର କାୟା ବିସ୍ତାର କରିବାରେ ଲାଗି ପଡିଲେଣି ଲାଲ ବାହିନୀ। ମାଲକାନଗିରି ଜିଲା ଅନ୍ତର୍ଗତ ଯୋଡ଼ାମ୍ବ ପଞ୍ଚାୟତର ବିହନଗୁଡ଼ି ଗ୍ରାମ ଛକ ନିକଟରେ ମାଓବାଦୀଙ୍କ ଗୁଳିରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିିଛି। ପୁଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତ ବ୍ୟକ୍ତିଙ୍କ ନାମ ଦିନବନ୍ଧୁ ବେପାରୀ। ଘଟଣାସ୍ଥଳରେ ମୃତଦେହ ପଡି ରହିଥିବା ସୂଚନା ମିଳିଛି।