Odisha Link
Bridging the Missing Links in Odisha

ଦିଲ୍ଲୀ: ୮ ରାଉଣ୍ଡ ଗୁଳି ଚଳାଇଥିବା ଶାହରୁଖକୁ ଅଟକ ରଖିଛି ପୋଲିସ୍

ନୂଆଦିଲ୍ଲୀ: ଗତକାଲି ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ସିଏଏ ବିରୋଧୀ ଓ ସପକ୍ଷବାଦୀ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଆତଙ୍କିତ ପରିବେଶ ସୃଷ୍ଟି ହୋଇଥିଲା। ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳ‌ରେ ସୋମବାର ସିଏଏ ବିରୋଧୀ ଆନ୍ଦୋଳନକାରୀ ଏବଂ ସିଏଏ ସମର୍ଥକଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ପରସ୍ପରକୁ ପଥର ମାଡ଼ କରିଥିଲେ। ତେବେ ଜଫରବାଦ୍‌ ଏବଂ ମୌଜପୁର ନିକଟରେ ସ୍ଥିତି ଅତି ଭୟଙ୍କର ହୋଇଥିଲା। ମୌଜପୁର ଅଞ୍ଚଳରେ ମୁତୟନ ହୋଇଥିବା ମୁଖ୍ୟ କନେଷ୍ଟବଳ ରତନ ଲାଲ୍‌ (୪୨) ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ଗୁରୁତର ଆହତ ହୋଇଥିଲେ।

ରତନ ଲାଲ୍‌ ଆନ୍ଦୋଳନକାରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ମୁଣ୍ଡରେ ପଥର ମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି କାରଣରୁ ହୋଇଥିବା ଭୟଙ୍କର ସଂଘର୍ଷରେ ୫ ଜଣ ପ୍ରାଣ ହରାଇଛନ୍ତି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ଅପରପକ୍ଷେ ୮ ରାଉଣ୍ଡ ଗୁଳିଚାଳନା କରିଥିବା ଯୁବକଙ୍କୁ ଅଟକ ରଖିଛି ପୁଲିସ। ଏହି ଯୁବକଙ୍କ ନାମ ଶାହରୁଖ ବୋଲି ଜଣାପଡିଥିବାବେଳେ ସ୍ଥାନୀୟ ଅଂଚଳରେ ଏହି ଯୁବକ ରହୁଥିବାର ଜଣାପଡିଛି। ଗତକାଲି ସିଏଏ ବିରୋଧୀ ଓ ସପକ୍ଷବାଦୀ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଯାହାର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଉକ୍ତ ଯୁବକ ହାତରେ ବନ୍ଧୁକ ଧରି ଫାୟାରିଙ୍ଗ୍ କରୁଥିବା ଦେଖାଯାଇଥିଲା। ଏହି ଫାୟାରିଙ୍ଗ୍ ମୋଜପୁରରୁ ଜାଫରାବାଦ୍ ଯାଉଥିବା ସଡ଼କ ଉପରେ ହୋଇଥିଲା।

Comments are closed.