ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଉଗ୍ର ରୂପ ନେଉଛି। ରବିବାର ଠାରୁ ସାରା ଦିଲ୍ଲୀରେ ହିଂସାକାଣ୍ଡ ଜାରି ରହିଛି। ଏହି ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରଖାଯାଇଛି। ହିଂସାକାଣ୍ଡକୁ ନେଇ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ୫ଜଣ ଆଇପିଏସ୍ ଅଫିସରଙ୍କୁ ବଦଳି କରାଯାଇଛି ଦିଲ୍ଲୀ ପୋଲିସ। ହିଂସା ସମୟରେ ଠିକଣା ଭାବରେ ଦାୟିତ୍ବ ନକରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନକୁ ନେଇ ବିପକ୍ଷବାଦୀ-ସପକ୍ଷବାଦୀଙ୍କ ମଧ୍ୟରେ ହିଂସା ଘଟିଛି। ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ହିଂସାକାଣ୍ଡକୁ ଭର୍ତ୍ସନା କରି କହିଛନ୍ତି ଯେ, ଦିଲ୍ଲୀକୁ ୧୯୮୪ଦଙ୍ଗା ସମୟ ଭଳି ପରିସ୍ଥିତି କରିବାକୁ ଦେବୁ ନାହିଁ। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । ଏବଂ ଦିଲ୍ଲୀରେ ଶାନ୍ତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅପିଲ୍ କରିଛନ୍ତି।