Odisha Link
Bridging the Missing Links in Odisha

ଦିଲ୍ଲୀ ହିଂସା : କପିଳଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ : ଦିଲ୍ଲୀରେ ଥମୁନି ନାଗରିକତା ସଂଶୋଧନ ଆଇନ ବିରୋଧରେ ନିଆଁ। ଗତକାଲି ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ହିଂସାକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଏହି ହିଂସାକାଣ୍ଡରେ ଆମ୍‌ ଆଦ୍‌ମୀ ପାର୍ଟି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା କପିଳଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କପିଳ ସମ୍ପ୍ରତି ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ। ରବିବାର କପିଳ ହିଂସା ଘଟି ଥିବା ଅଞ୍ଚଳରେ ଉତ୍ତେଜନାମୂଳକ ଭାଷଣ ଦେବା ପରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା।

ସେ କହିଥିଲେ, ‘ଟ୍ରମ୍ପ ଫେରିବା ଯାଏ ଆମେ ଶାନ୍ତ ରହିବୁ; କିନ୍ତୁ ଏହା ପରେ ତୁମ କଥା ଶୁଣିବୁ ନାହିଁ’ ବୋଲି ପୁଲିସକୁ ଚେତାବନୀ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କ ବିରୋଧରେ ଗତକାଲି ଦୁଇଟି ଏତଲା ଦାୟର ହୋଇଛି। ଗୋଟିଏ ଆମ୍‌ ଆଦ୍‌ମୀ ପାର୍ଟି ସଦସ୍ୟ ତଥା ସ୍ଥାନୀୟ କର୍ପୋରେଟର ରେଶମା ନଦିମ ଓ ଅନ୍ୟଟି ହସିବ ଉଲ୍‌ ହାସନ ଦାୟର କରିଛନ୍ତି। ସେମାନେ ଜାଫରାବାଦ ଓ ଚାନ୍ଦବାଗ୍‌ ଅଞ୍ଚଳରେ କପିଳ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ହିଂସାକୁ ଉସୁକାଇଥିଲେ ବୋଲି ପ୍ରମାଣ ସହ ଅଭିଯୋଗ କରିଛନ୍ତି।

Comments are closed.