Odisha Link
Bridging the Missing Links in Odisha

ସ୍ୱଦେଶ ଫେରିଲେ ଓଡ଼ିଆ ଇଞ୍ଜିନିୟରଙ୍କ ସହ ୧୧୯ ଭାରତୀୟ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ସନ୍ଦେହରେ ଜାପାନ ବନ୍ଦରରେ ଫସି ରହିଥିବା ୧୧୯ ଜଣ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି। ସେମାନଙ୍କୁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଜରିଆରେ ଜାପାନାର ଟୋକିଓରୁ ଦିଲ୍ଲୀକୁ ଅଣାଯାଇଛି। ଏଥସହ ଡାଇମଣ୍ଡ ପ୍ରିନସେସ୍ ଜାହାଜରେ ଫସି ରହିଥିବା ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ ମଧ୍ୟ ଭାରତ ଫେରିଛନ୍ତି।

ଅନ୍ୟପକ୍ଷରେ, ପୁଅ ଫେରିବା ଖବର ପାଇ ଶିବାଶିଷଙ୍କ ବାପା ଲିଙ୍ଗରାଜ ନାୟକ ଖୁବ୍‌ ଆଶ୍ୱସ୍ତ ଥିବା କହିଛନ୍ତି। ଆଜି ସକାଳ ୫ଟାରେ ପୁଅ ବିମାନରେ ଭାରତ ଫେରୁଥିବା ବେଳେ ସେ ପୁଅ ସହ କଥା ହୋଇଥିଲେ। ଜାପାନରେ ପୁଅର କରୋନା ଟେଷ୍ଟ ନେଭେଟିଭ୍ ଆସିଛି। କିନ୍ତୁ ଭାରତ ଫେରିବା ପରେ ଅନ୍ୟମାନଙ୍କ ସମେତ ପୁଅକୁ ମଧ୍ୟ ସ୍ୱତନ୍ତ୍ର ଭାବେ ରଖାଯାଇ ବିଭିନ୍ନ ପରୀକ୍ଷା କରାଯିବ। ତେଣୁ ଘରକୁ ଫେରିବାରେ ପୁଅର ବିଳମ୍ବ ହେବ ବୋଲି ସେ କହିଛନ୍ତି।

ତେବେ ଭାରତୀୟ ଯାତ୍ରୀଙ୍କ ସହ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ୫ଜଣ ଯାତ୍ରୀ ମଧ୍ୟ ଏହି ବିମାନରେ ଫେରିଛନ୍ତି। ଯାତ୍ରୀମାନଙ୍କ ଫେରିବା ପାଇଁ ଜାପାନ ଓ ଚୀନ ଅଧିକାରୀଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କୃତଜ୍ଞତା ଜଣାଇଛନ୍ତି।

Comments are closed.