Odisha Link
Bridging the Missing Links in Odisha

ଆମେରିକାରେ ପହଁଞ୍ଚିଲେ ଟ୍ରମ୍ପ୍, ଲେଖିଲେ ” ଭାରତ ମହାନ”

ଓ୍ୱାଶିଂଟନ: ଦୁଇ ଦିନିଆ ଭାରତ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଆମେରିକାରେ ପହଞ୍ଚିବା ପରେ ସେ ଟୁଇଟ୍ କରି ତାଙ୍କ ପହଞ୍ଚିବା ବାବଦରେ ସୂଚନା ଦେଇଛନ୍ତି। ‘ଭାରତ ମହାନ। ଗସ୍ତ ସଫଳ ହୋଇଛି। ଏବେ ହ୍ୱାଇଟ୍ ହାଉସ ଯାଉଛି। କରୋନା ଭାଇରସ ସମ୍ପର୍କୀତ ବୈଠକରେ ଯୋଗ ଦେବା ପାଇଁ’ ବୋଲି ଟୁଇଟ୍ କରି କହିଛନ୍ତି ଟ୍ରମ୍ପ।

https://twitter.com/realDonaldTrump/status/1232631333408649216

୨୪ ଓ ୨୫ ଦୁଇ ଦିନ ଭାରତ ଗସ୍ତରେ ଆସିଥିଲେ ଟ୍ରମ୍ପ। ମୋଟ ୩୬ ଘଣ୍ଟା ସେ ଭାରତରେ ରହିଥିଲେ। ଆମେରିକାରୁ ସିଧା ଅହମଦାବାଦ ଆସିଥିଲେ ଟ୍ରମ୍ପ ଏବଂ ତାଙ୍କ ଟିମ୍। ଅହମଦାବାଦରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମ ବୁଲିବା ସହିତ ମୋଟେରା ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସମ୍ୱୋଧନ କରି ଭାରତକୁ ପ୍ରଶଂସା କରିଥିଲେ ଟ୍ରମ୍ପ।

Comments are closed.