Odisha Link
Bridging the Missing Links in Odisha

ଇଣ୍ଡିଆନ୍ ଅଏଲ୍ ଓ ଏକ୍ସନ୍ ମୋବିଲ ମଧ୍ୟରେ ବୁଝାମଣା

ନୂଆଦିଲ୍ଲୀ: ଇଣ୍ଡିଆନ୍ ଅଏଲ ଓ ଯୁକ୍ତ ରାଷ୍ଟ୍ର ଆମୋରିକାର ଏକ୍ସନ୍‌ ମୋବିଲ କର୍ପୋରେସନ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣା ଭାରତର ଅପହଂଚ ଅଂଚଳରେ ପ୍ରାକୃତିକ ଗ୍ୟାସ୍ ଯୋଗାଣରେ ବେଶ୍ ସହାୟକ ହେବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଏକ୍ସନ ମୋବିଲ ସହ ଇଣ୍ଡିଆନ୍ ଅଏଲର ବୁଝାମଣା ସ୍ୱାକ୍ଷର ଆଧାରରେ ଦେଶର ପାଇପ୍ ଲାଇନ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ନପହଂଚିପାରୁଥିବା ଅଂଚଳରେ ଏକ୍ସନ୍ ମୋବିଲ ରେଳ, ରାସ୍ତା ଓ ଜଳ ପଥରେ ପ୍ରାକୃତିକ ଗ୍ୟାସ୍ ପହଂଚାଇବ। ଏହି ଯୋଗାଣ ପ୍ରକ୍ରିୟା ସୁରକ୍ଷିତ , ଭରସାଯୋଗ୍ୟ ଏବଂ କମ୍ ଖର୍ଚ୍ଚରେ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।

Comments are closed.