ଉତ୍ତର ପ୍ରଦେଶ: ପୁଣି ଲଜ୍ଜା, ୩ବର୍ଷର ନାବାଳିକାକୁ ଦୁଷ୍କର୍ମ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୈନପୁରୀ ଅଞ୍ଚଳରେ ଲଜ୍ଜା। ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ। ବିବାହ ଉତ୍ସବରେ ଜଣେ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ସୂଚନା। ବୁଧବାର ନାବାଳିକା ଜଣଙ୍କ ନିଜ ପିତାମାତାଙ୍କ ସହିତ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବାବେଳେ ଏପରି ଘଟିଛି।
ଦୁର୍ବୃତ୍ତ ଜଣଙ୍କ ନାବାଳିକାଙ୍କୁ ବାଥରୁମକୁ ନେଇ ଦୁଷ୍କର୍ମ କରିଛି। ତେବେ ବିବାହ ସମୟରେ ଜଣେ ମହିଳା ବାଥରୁମ ଯିବାରୁ ନାବାଳିକାଙ୍କୁ ସେଠାରେ ପଡିଥିବା ଦେଖିବା ସହ ତାଙ୍କର ରକ୍ତସ୍ରାବ ହେଉଥିବା ଦେଖିବାକୁ ପାଇଥିଲେ। ପରେ ସେଠାରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ସେଠାରେ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଥିଲା । ସେପଟେ ପୋଲିସ ଖବର ପାଇ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।