Odisha Link
Bridging the Missing Links in Odisha

ଗୋଟିଏ ଟେବୁଲରେ ଏକାଠି ଖାଇଲେ ନବୀନ, ଶାହା, ମମତା ଓ ନୀତିଶ

ଭୁବନେଶ୍ବର: ଆଜି ନବୀନ ନିବାସରେ ଗୋଟିଏ ଟେବୁଲରେ ଏକାଠି ହେଲେ ନବୀନ, ଶାହା, ମମତା, ଓ ନୀତିଶ। ଅତିଥିଙ୍କୁ ପରଷା ଗଲା ଓଡିଆ ଖାଦ୍ୟ।ଅତିଥି ମାନଙ୍କୁ ଭାତ, ଡାଲି, ଆଳୁ-ମଟର ମସଲା, ବାଇଗଣ ଭଜା, ଗୁଚି ପନିର, ଟମାଟୋ ଚଟଣୀ, ପାମ୍ପଡ, ବୁନ୍ଦି ରାଇତା, ଛେନାପୋଡ, ରସମଲାଇ ପରଷା ଯାଇଛି। ସମ୍ପୂର୍ଣ୍ଣ ଘରୋଇ ଶୈଳୀରେ ପ୍ରସ୍ତୁତ ମାଛ ବେସର ବି ଏହି ମଧାହ୍ନ ଭୋଜନରେ ଅତିଥିଙ୍କୁ ପରଷା ଯାଇଛି। ଏହି ମଧ୍ୟାହ୍ନ ଭୋଜନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ।
ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ଭିତରେ ଯେତେବେଳେ ମମତା ବାନାର୍ଜୀ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ରଖୁଛନ୍ତି, ସେତେବେଳେ ନବୀନ ପଟ୍ଟନାୟକ ଗୋଟିଏ ଟେବୁଲରେ ଶାହା, ମମତା ଓ ନୀତିଶଙ୍କୁ ବସାଇବାରେ ସଫଳ ହୋଇଛନ୍ତି। ଯାହାକି ଜାତୀୟ ରାଜନୀତିକୁ ବଡ ବାର୍ତ୍ତା ଦେବାକୁ ଯାଉଛି। କାରଣ ଦୀର୍ଘ ସମୟ ଧରି ଶାହା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ଥିଲେ। ଆଗକୁ ରହିଛି ପଶ୍ଚିମବଙ୍ଗ ଓ ବିହାର ବିଧାନସଭା ନିର୍ବାଚନ।

Comments are closed.