Odisha Link
Bridging the Missing Links in Odisha

ପବନର ରାଜକ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ତାର କ୍ୟୁରେଟିଭ ପିଟିସନ ପୂର୍ବରୁ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଥିଲା। ଏବେ ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ସକାଳ ୬ଟାର ଫାଶୀ ହୋଇପାରେ।
ପବନ ଗତ ୨୮ ତାରିଖରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା। ଏଥିରେ ସେ ଫାଶୀଦଣ୍ଡକୁ ଆଜୀବନ ଜେଲରେ ପରିବର୍ତ୍ତନ କରିବାକୁ କହିଥିଲା। ତେବେ ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ପୂର୍ବରୁ ପଟିଆଲା ହାଉସ କୋର୍ଟ ନିର୍ଭୟା ଘଟଣାରେ ସମସ୍ତ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବା ପାଇଁ ଡେଥ୍ ଓ୍ୱାରେଣ୍ଟ ଜାରି କରିଥିଲେ।
ସୂଚନାଯୋଗ୍ୟ, ୨୦୧୨ ମସିହାରେ ଘଟିଥିବା ନିର୍ଭୟା କାଣ୍ଡରେ ଦୋଷୀଙ୍କୁ ପୂର୍ବରୁ ୨ଥର ଡେଥ୍ ଓ୍ୱାରେଣ୍ଟ ଜାରି କରାଯାଇ ସାରିଛି। ତେବେ ବିଭିନ୍ନ ଆଇନର ଗଳିରେ ସେମାନେ ଏଥିରୁ ବର୍ତ୍ତି ଯାଉଥିଲେ। ଅନ୍ୟ ୩ ଦୋଷୀଙ୍କ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି।

Comments are closed.