Odisha Link
Bridging the Missing Links in Odisha

ନାବାଳକ ଚାଳକଙ୍କୁ ୪୩ ହଜାର ଜରିମାନା

ସମ୍ବଲପୁର: ନାବାଳକ ସ୍କୁଟି ଚାଳକଙ୍କୁ ୪୩ ହଜାର ଫାଇନ କରାଯାଇଛି। ନାବାଳକ ଜଣକ ଗାଡି ଚଲାଉଥିବା ବେଳେ ପୁଲିସ ହାବୁଡାରେ ପଡିଥିଲେ। ତେବେ ଗାଡିର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର, ନାବାକଳ ୨୫ ହଜାର, ପ୍ରଦୂଷଣ ପାଇଁ ୧୦ ହଜାର, ଗାଡିର ଇନସୁରାନ୍ସ ନଥିବାରୁ ୨ ହଜାର ଓ ହେଲେମେଟ ପିନ୍ଧିନଥିବାରୁ ୧ ହଜାର ଟଙ୍କାର ଚାଲାଣ କଟାଯାଇଛି। ସେପଟେ ସମ୍ବଲପୁରରେ ଟ୍ରାଫିକ ଯାଞ୍ଚବେଳେ ପୋଲିସ ହାବୁଡରେ ପଡିଛନ୍ତି କନଷ୍ଟେବଳ। ସମ୍ବଲପୁର ଧନୁପାଲି ଥାନା ଭୁଲିଆପଡା ଫାଣ୍ଡିର କନଷ୍ଟେବଳ ଦିଲ୍ଲୀପ ନାଗକୁ ଧରିଛି ପୋଲିସ। ଲକ୍ଷ୍ମୀବଜାର ଛକରେ ଏହି ଘଟଣା ଘଟିଛି। ପୋଲିସ ବର୍ତମାନ ତାଙ୍କୁ ଅଟକ ରଖିଛି। ଦିଲ୍ଲୀପ ଟ୍ରାଫିକ ନିୟମ ଭାଙ୍ଗି ମଦ୍ୟପ ଅବସ୍ଥାରେ ଗାଡି ଚଳାଉଥିଲେ।  ଆଉ ଯାଞ୍ଚ ବେଳେ ସେ ମଦପିଇଥିବା ଜଣାପଡିଥିଲା।

Comments are closed.