Odisha Link
Bridging the Missing Links in Odisha

କିନ୍ନର ଆଶ୍ରୟ ଗୃହକୁ ଦେଢ଼ କୋଟି ଦାନ କଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ର ସୁପର ଷ୍ଟାର ଅକ୍ଷୟ କୁମାର ନିଜର ଅଭିନୟ ଓ ସୁବ୍ୟବହାର କାରଣରୁ ସମସ୍ତଙ୍କର ପ୍ରିୟ ପାତ୍ର ପାଲଟି ସାରିଛନ୍ତି । ସେ ଅନେକ ହିଟ ସିନେମାରେ ଅଭିନୟ କରିସାରିଛନ୍ତି । ସିନେମା ‘ଲକ୍ଷ୍ମୀ ବମ୍ବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି ।

ଏହି ସିନେମରେ ଅକ୍ଷୟ ଜଣେ କିନ୍ନର ଭୂମିକାରେ ଅଭିନୟ କରିଛନ୍ତି। ସେ ଚେନ୍ନାଇରେ ତିଆରି ହେବାକୁ ଥିବା ଦେଶର ପ୍ରଥମ କିନ୍ନର ଆଶ୍ରୟ ଗୃହକୁ ୧.୫ କୋଟି ଟଙ୍କା ଦାନ କରିଛନ୍ତି ।

ସିନେମା ‘ଲକ୍ଷ୍ମୀ ବମ୍ବ’ର ନିର୍ଦ୍ଦେଶକ ରାଘବ ଲରେନ୍ସ ଏ ନେଇ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘ଶୁଟିଂ ଚାଲିଥିବାବେଳେ ମୁଁ ତାଙ୍କ ସହ କିନ୍ନର ଆଶ୍ରୟ ଗୃହକୁ ନେଇ ଚର୍ଚ୍ଚା କରିଥିଲି। ସେ କେବଳ ଏତିକି ଶୁଣିବା ମାତ୍ରେ ଦେଢ଼ କୋଟି ଟଙ୍କା ଦାନ କରିଦେଲେ।’ ସୂଚନା ଅନୁୟାୟୀ ନିର୍ଦ୍ଦେଶକ ରାଘବ ପ୍ରାୟ ୧୫ ବର୍ଷ ହେଲାଣି ‘ଲରେନ୍ସ ଚ୍ୟାରିଟେବଲ୍‌ ଟ୍ରଷ୍ଟ’ ଜରିଆରେ ସମାଜ ସେବା କରିଆସୁଛନ୍ତି।

ଏଥିରେ ସେ ଶିକ୍ଷା, ପିଲାଙ୍କ ପାଇଁ ଘର, ଚିକିତ୍ସା ଓ ଦିବ୍ୟାଙ୍ଗମାନଙ୍କୁ ସହଯୋଗ କରିଥାନ୍ତି। ତେବେ ଏହି ଟ୍ରଷ୍ଟକୁ ୧୫ ବର୍ଷ ପୂର୍ତ୍ତି ଅବସରରେ ସେ କିନ୍ନରମାନଙ୍କ ପାଇଁ କିଛି କରିବାକୁ ଚାହୁଁଥିଲେ। ତେଣୁ ସେ ଚେନ୍ନାଇରେ କିନ୍ନରମାନଙ୍କ ପାଇଁ ଏକ ଆଶ୍ରହ ଗୃହ ଖୋଲିବାକୁ ଯାଉଛନ୍ତି ।

https://www.facebook.com/offllawrence/posts/2537124719733214

ସିନେମାଟି ତାମିଲ୍ ସିନେମା ‘କଞ୍ଚନା’ର ରିମେକ୍। ସିନେମାରେ ଅକ୍ଷୟ ଜଣେ କିନ୍ନର ଭୂତ ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ କିୟାରା ଆଡଭାନୀଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ବ୍ୟତୀତ ଏଥିରେ ତୁଷାର କପୁର ଓ ଶରଦ କେଲକର୍‌ ମଧ୍ୟ ନଜର ଆସିବେ। ରାଘବ ଲରେନ୍ସଙ୍କ ନିର୍ଦ୍ଦେଶିତ ଏହି ସିନେମାଟି ଚଳିତ ବର୍ଷ ମେ ୨୨ରେ ପରଦା ଉପରକୁ ଆସିବ।

Comments are closed.