Odisha Link
Bridging the Missing Links in Odisha

ଦେଵକୀନନ୍ଦନଙ୍କ ନାଁରେ ଏତଲା ରୁଜୁ

ଆଗ୍ରା: ଲୋକପ୍ରିୟ ଭାଗବତ ପ୍ରବଚକ ଦେଵକୀନନ୍ଦନ ଠାକୁର ଓ ତାଙ୍କ ଭାଇଙ୍କ ନାଁରେ ଏତଲା ରୁଜୁ କରିଛି ପୁଲିସ। ସୂଚନା ମୁତାବକ, ଦେଵକୀନନ୍ଦନ ଠାକୁର ଓ ତାଙ୍କ ଭାଇ ଜଣେ ଦଳିତଙ୍କ ଘରେ ପଶି ମାରପିଟ କରିବା, ଜାତିସୂଚକ ଶବ୍ଦ ବ୍ୟବହାର କରିବା ଓ ମହିଳାଙ୍କୁ ଅସଦାଚରଣ କରିବା ନେଇ ଅଭିଯୋଗ ଆସିଛି। ମଥୁରାର ହାଇୱେ ଥାନାରେ ଏତଲା ଦିଆଯାଇଥିବାବେଳେ ପୁଲିସ ମାମଲା ରୁଜୁ କରିଛି। ଭାରତୀୟ ଦଣ୍ଡବିଧି ଆଇନର ଆଇପିସି ଧାରା ୩୫୪, ୩୨୩, ୪୫୨, ୫୦୪, ୫୦୬, ୧୪୭ ଛଡା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅଧିନିୟମର ଧାରା ୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଦେବକୀନନ୍ଦନ ଠାକୁର ଓ ତାଙ୍କ ଭାଇ ବିଜୟ ଶର୍ମାଙ୍କ ବିରୋଧରେ ପୁଷ୍ପେନ୍ଦ୍ର କୁମାର ଆର୍ଯ୍ୟ ନାମକ ଜଣେ ସାମ୍ବାଦିକ ଅଭିଯୋଗ କରିଥିଲେ। ଫେବୃୟାରୀ ୨୭ ତାରିଖରେ କରାଯାଇଥିବା ଏହି ଅଭିଯୋଗରେ ସାମ୍ବାଦିକ ଜଣକଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିବାର ଉଲ୍ଲେଖ କରିଥିଲେ। ଏହା ପୂର୍ବରୁ ୨୦୧୮ ମସିହାରେ ମଧ୍ୟ ଦେଵକୀନନ୍ଦନଙ୍କୁ ଗିରଫ କରାଯାଇଥିଲା। ଧାରା ୧୪୪ ଲାଗୁ ହେବା ପରେ ମଧ୍ୟ ପ୍ରଶାସନର ବିନା ଅନୁମତିରେ ଏସସି-ଏସଟି ଆଇନ ବିରୋଧରେ ପ୍ରଦର୍ଶନ କରିବାକୁ ଆଗ୍ରା ଯାଇଥିଲେ। ଯେଉଁଠି ତାଙ୍କୁ ଗିରଫ କରାଯାଇଥିଲା ଓ ପରେ ସେ ଜାମିନରେ ମୁକୁଳିଥିଲେ।

Comments are closed.