Odisha Link
Bridging the Missing Links in Odisha

ପାରାଦୀପରେ କରୋନା ସନ୍ଦିଗ୍ଧ !

ପାରାଦୀପ: ସିଙ୍ଗାପୁରରୁୁ ଆସିଥିବା ଜାହଜରେ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛି। ସିଙ୍ଗାପୁରରୁ ଆସିଥିବା ଜାହାଜରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ  କୋରନା ଭାଇରସ୍‌ର କିଛିଟା ଲକ୍ଷଣ ଦେଖାଦେଇଛି। ଏନେଇ ସୂଚନା ପାଇବା ପରେ ବନ୍ଦର ଚିକିତ୍ସାଳୟର ଡାକ୍ତରୀ ଟିମ୍ ଜାହାଜରେ ପହଞ୍ଚି ପରୀକ୍ଷା ନିରୀକ୍ଷା କରୁଛନ୍ତି। ବନ୍ଦର ଅଧ୍ୟକ୍ଷ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି।

ବନ୍ଦର କର୍ତ୍ତୃପକ୍ଷ ଉଭୟଙ୍କୁ କଟକ ପଠାଇବାର ବ୍ୟବସ୍ଥା କରୁଥିବାର ଖବର ମିଳିଛି। ଉଭୟ ସ୍ୱାମୀ-ସ୍ତ୍ରୀ ଭାରତୀୟ। ସେମାନେ ଏହି ଜାହାଜର କର୍ମଚାରୀ ବୋଲି ଜଣାପଡ଼ିଛି।

Comments are closed.