Odisha Link
Bridging the Missing Links in Odisha

ମୋଦି-କେଜ୍ରିଓ୍ବାଲ ସାକ୍ଷାତକାର, ଏହି ବିଷୟରେ ହେଲା ଆଲୋଚନା

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତକାରରେ ଦିଲ୍ଲୀ ହିଂସା ଓ ଏହାର ପ୍ରତିକାର ବିଷୟରେ ଆଲୋଚନା କରିଥିବା ସୂଚନା ରହିଛି। ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ମୋଦିଙ୍କୁ ସାକ୍ଷାତ କରିଛନ୍ତି କେଜ୍ରିୱାଲ। ସାକ୍ଷାତକାର ପରେ ସକାରାତ୍ମକ ସାକ୍ଷାତକାର ଥିଲା ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ।

ଏହାସହ କୋରୋନା ଭାଇରସକୁ ନେଇ ପ୍ରସ୍ତୁତି ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ଦୁଇ ନେତା। ତେବେ ଏହି ସାକ୍ଷାତକାର ସଂସଦ ଭବନ ପରିସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦିନ ୧୧ଟାରେ ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ କେଜ୍ରିୱାଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ କରିଥିଲେ।

Comments are closed.