Odisha Link
Bridging the Missing Links in Odisha

ବେଆଇନ ମଦ କାରବାରକୁ ନେଇ ଅବକାରୀ ବିଭାଗର ଚଢ଼ାଉ , ୧ ଗିରଫ

ମାଲାକାନଗିରି : ମାଲାକାନଗିରି ଜିଲ୍ଲା ବାଲିମେଳା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଅଶୋକ ସେଠଙ୍କ ନିର୍ଦେଶକ୍ରମେ ଚିତ୍ରକୋଣ୍ଡା ଠାରେ ଆଜି ସକାଳୁ ଏହି ଚୋରା ବିଦେଶୀ ମଦ କାରବାରକୁ ଅବକାରୀ ବିଭାଗ ଚଢ଼ାଉ କରିବାରେ ସକ୍ଷମ ହୋଇଛି ।

ଏଏସଆଇ ଦିନେଶ କୁମାରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଏହି ଚଢ଼ାଉ କରାଯାଇଥିଲା । ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିର ନାମ ହେଲା ରାକେଶ ସିଂ । ଗିରଫ ବେଳେ ତା ନିକଟରୁ ୨୨ଲିଟର ୫୦୦ ବିଦେଶୀ ମଦ ଜବତ ହୋଇଛି ।

ଯାହାର ଆନୁମାନିକ ମୂଲ୍ୟ ୫୦.୦୦୦ ହେବ ବୋଲି ଅବକାରୀ ବିଭାଗ ଓଆଇସି ଜଗା ରାଓ ସୂଚନା ଦେଇଛନ୍ତି । ତେବେ ଆଗକୁ ମଧ୍ୟ ଏଭଳି ବେଆଇନ ମଦ କାରବାରକୁ ରୋକିବାରେ ଅବକାରୀ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Comments are closed.