Odisha Link
Bridging the Missing Links in Odisha

ନୂଆ ୱେବ୍‌ ସିରିଜରେ ନଜର ଆସୁଛନ୍ତି ମନୋଜ

ଭୁବନେଶ୍ବର:  ଓଲିଉଡର ନାୟକ ଓ ଖଳନାୟକ ହେଉଛନ୍ତି ଅଭିନେତା ମନୋଜ ମିଶ୍ର । ସେ ଓଲିଉଡ୍‌ ବ୍ୟତିତ ବଲିଉଡ୍ ,ଟଲିଉଡ୍‌ ଓ ଭୋଜପୁରୀସିନେମାରେ ମଧ୍ୟ ଅଭିନୟର କରିସାରିଛନ୍ତି ।
ସେ ଓଡ଼ିଆର ସିନେ ଜଗତରେ ଅନେକ ହିଟ ସିନେମାରେ କାମ କରି ଦର୍ଶକଙ୍କ ମନ କିଣି ସାରିଛନ୍ତି ।

ମନୋଜଙ୍କର ଆଗକୁ ଏକ ୱେବ୍‌ ସିରିଜ୍ ’72 hours’ ରିଲିଜ୍‌ ହେବାକୁ ଯାଉଛି। ମନୋଜଙ୍କୁ ଏକ ସକାରାତ୍ମକ ଚରିତ୍ରରେ ନଜର ଆସିବେ । ଜଣେ ବାପା ତା ଝିଅକୁ କେତେ ଭଲ ପାଏ ଏବଂ ଯେତେବେଳେ ଝିଅ କୌଣସି ବିପଦରେ ଥାଏ, ସେତେବେଳେ ତାକୁ ବଞ୍ଚାଇବା ପାଇଁ ସେ କେମିତି ଚେଷ୍ଟା କରନ୍ତି, ତାକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି। ଏହି ୱେବ୍‌ ସିରିଜ୍‌ରେ ମନୋଜ ମିଶ୍ରଙ୍କ ସହ ମିହିର ଦାସ ଏବଂ ଅନୁ ଚୌଧୁରୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ପ୍ରଥମ ଥର ଏକ ସକାରାତ୍ମକ ଭୂମିକାରେ ଅଭିନୟ କରିଥିବାରୁ ମନୋଜ ବହୁତ ଖୁସି ଅଛନ୍ତି। ଏବେ ଏହି ୱେବ୍‌ ସିରିଜ୍‌ରେ ସକାରାତ୍ମକ ଚରିତ୍ରରେ ଅଭିନୟ କରି ମୋତେ ହିରୋ ଭଳି ଅନୁଭବ ହେଉଛି। ଆଉ ଏ ଚରିତ୍ରକୁ ମୁଁ କେତେ ଭଲ କରିପାରିଛି, ସେକଥା ଦର୍ଶକ ମାନେ ଠିକ୍‌ ଭାବେ କହିପାରିବେ ।

ମନୋଜ ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା (ଏନ୍‌ଏସ୍‌ଡି)ର ଛାତ୍ର। ସେ ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କ ସହିତ ପଢ଼ୁଥିଲେ। ମନୋଜ କହନ୍ତି, ନୱାଜଙ୍କ ସହ ତାଙ୍କର ବନ୍ଧୁତା ବହୁତ ବେଶ୍‌ ଭଲ । ବିଭିନ୍ନ ସିନେମାକୁ ନେଇ ସେ ତାଙ୍କ ସହିତ କଥା ହୁଅନ୍ତି। ଏବେବି ସେ ତାଙ୍କ ସହ କଥା ହୁଅନ୍ତି। ନୱାଜ ଜଣେ ଭଲ ଅଭିନେତା ସହିତ ଜଣେ ଭଲ ବନ୍ଧୁ ମଧ୍ୟ ।

ମନୋଜଙ୍କ କହିବା ଅନୁଯାୟୀ,”ମୁଁ ନୱାଜଙ୍କର ବହୁତ ଖରାପ ସମୟ ଦେଖିଛି । ଏନ୍‌ଏସ୍‌ଡିରେ ପଢ଼ିବା ସମୟରେ ତାଙ୍କର ବହୁତ ଖରାପ ସମୟ ଚାଲିଥିଲା। ବହୁତ କଷ୍ଟରେ ସେ ପାଠ ପଢ଼ିଛନ୍ତି। ସେତେବେଳେ ନୱାଜଙ୍କୁ କେହି ଚିହ୍ନି ନଥିଲେ। କିନ୍ତୁ ସେ ଲୋକପ୍ରିୟ ହୋଇଗଲେଣି। ତେଣୁ ମୁଁ ତାଙ୍କୁ ଏବେ ବେଶି ଫୋନ୍‌ କରି ତାଙ୍କ ସମୟ ନଷ୍ଟ କରିବାକୁ ଚାହୁଁନି ।”

Comments are closed.