Odisha Link
Bridging the Missing Links in Odisha

୪୪୯ ଜଣ ଚୁକ୍ତିଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀ ନିୟମିତ ହେଲେ

ଭୁବନେଶ୍ୱର: ହାଇସ୍କୁଲ ସ୍ତରରେ ନିଯୁକ୍ତି ପାଇଥିବା ୪୪୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି ।

ଗତ ୨୦୧୧-୧୨ ଶିକ୍ଷାବର୍ଷରେ ଚୁକ୍ତିଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀ ଭାବେ ସେମାନେ ହାଇସ୍କୁଲ୍‌ରେ ଶିକ୍ଷାଦାନ କରିଆସୁଥିଲେ । ଚାକିରି ନିୟମିତ କରାଯାଇ ଥିବାରୁ ଏହି ଶିକ୍ଷକମାନଙ୍କ ପ୍ରତିନିଧି ମଣ୍ଡଳୀ ଓ କର୍ମକର୍ତ୍ତା ଆଜି ମନ୍ତ୍ରୀ ଦାଶଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Comments are closed.