Odisha Link
Bridging the Missing Links in Odisha

ଓଡିଶାଭିତ୍ତିକ ଉଦ୍ୟୋଗ କ୍ରିସ୍ ଏଲ୍ଇଡିକୁ ଇଣ୍ଡିଆସ୍ ସିଗ୍ନେଚର ବ୍ରାଣ୍ଡସ୍ ଆଓ୍ବାର୍ଡ

ଭୁବନେଶ୍ୱର : କ୍ରିସ୍ ଇଣ୍ଡିଜିନିୟସ୍ ଟେକନିକାଲ ଇକ୍ୱିପମେଣ୍ଟ ପ୍ରାଇଭେଟ ଲିମିଟେଡ ଇଣ୍ଡିଆସ୍ ସିଗ୍ନେଚର ବ୍ରାଣ୍ଡସ୍ ୨୦୨୦ ଆଓ୍ବାର୍ଡ ଲାଭ କରିଛି । ଓଡିଶା ଭିତ୍ତିକ ଏହି ଏଲ୍ଇଡି ମାନୁଫାକଚରର କମ୍ପାନୀ ବେଷ୍ଟ ବ୍ରାଣ୍ଡ ଅଫ ଦି ଇୟର ଭାବେ ସମ୍ମାନୀତ ହୋଇଛି ।

ଗୋଆଠାରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ କ୍ରିସ୍ ଏଲ୍ଇଡିର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ଇ. ପ୍ରଶାନ୍ତ କୁମାର ମହାନ୍ତି ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଠାରୁ ଆଓ୍ବାର୍ଡ ଲାଭ କରିଥିଲେ।
ଏହି ଅବସରରେ ମହାନ୍ତି କହିଛନ୍ତି ଯେ, ଏଭଳି ସମ୍ମାନ ଲାଭକରୀ ଅତ୍ୟନ୍ତ ଖୁସି। ଗ୍ରାହକଙ୍କ ଆବଶ୍ୟକତାକୁ ବିଚାର କରି ସ୍ବତନ୍ତ୍ର ଲାଇଟିଂ ସମାଧାନ ପ୍ରଦାନ କରାଯାଉଛି ।

କ୍ରିସ୍ ଏଲ୍ଇଡି ଓଡିଶା ପାଇଁ ଏକ ଗର୍ବ ଓ ଗୌରବ । ଏହି ଅନୁଭୂତି ସହ ଗ୍ରାହକଙ୍କୁ ଆଗାମୀ ଦିନରେ ଅଭିନବ ଏବଂ ଗୁଣବତ୍ତା ବିଶିଷ୍ଟ ଲାଇଟିଂ ସମାଧାନ ପ୍ରଦାନ ଦିଗରେ କାର୍ଯ୍ୟକ୍ରମ ଜାରି ରହିବ । କ୍ରିସ୍ ଏଲ୍ଇଡି ଏବେ ଦକ୍ଷ ଲାଇଟିଂ ସମାଧାନ ପ୍ରଦାନ ଦିଗରେ କାର୍ଯ୍ୟ କରୁଛି ।

ଏହା ମଧ୍ୟରେ କମର୍ସିଆଲ ଲାଇଟ, ଇଣ୍ଡଷ୍ଟ୍ରିଆଲ ଲାଇଟ, ଆଉଟଡୋର ଲାଇଟ, ଷ୍ଟ୍ରିଟ ଲାଇଟ ଏବଂ ଆର୍କଟେକଚର ଲାଇଟ ରହିଛି। ବ୍ୟକ୍ତିଗତ ଏବଂ ବାଣିଜି୍ୟକ ଗ୍ରାହକଙ୍କ ଆବଶ୍ୟକତାକୁ କମ୍ପାନି ଧ୍ୟାନରେ ରଖିଛି ।

ସୋଲାର ଲାଇଟ, ସୋଲାର ଲଣ୍ଠନ, ସୋଲାର ଇନଭର୍ଟର, ସୋଲାର ପ୍ୟାନେଲ ଲାଇଟ, ଏଲ୍ଇଡି ଟିଭି, ସିସିଟିଭି ସର୍ଭିଲିଏନସ ବର୍ଗରେ ମଧ୍ୟ କମ୍ପାନୀ ଡିଲ୍ କରୁଛି । ଏଲ୍ଇଡି ଲାଇଟିଂର ଚାହିଦା ବଢିଥିବାରୁ କମ୍ପାନୀ ଏହି କ୍ଷେତ୍ରରେ ଏକ ଅଗ୍ରଣୀ ସ୍ଥାନ ହାସଲ କରିଥିବା ସୂଚନା ଦେଇଛି।

Comments are closed.