Odisha Link
Bridging the Missing Links in Odisha

ସରକାର ଧୋକାବାଜ : ସୁର

ଭୁବନେଶ୍ୱର: ଚିଟଫଣ୍ଡ ତଦନ୍ତ କମିଶନ ବନ୍ଦ ନେଇ କଂଗ୍ରେସ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚିଟଫଣ୍ଡ ତଦନ୍ତ କମିଶନ ବନ୍ଦ ନେଇ କଂଗ୍ରେସ ଆନେ୍ଦାଳନକୁ ଓହ୍ଲାଇବ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ, ସରକାର ଆଶା ଓ ପ୍ରତିଶ୍ରୁତି ଦେଇ ଧୋକା କଲେ। ସରକାର ଧୋକାବାଜ। ୩୦୦ କୋଟିର କର୍ପସ ଫଣ୍ଡ କୁଆଡେ଼ ଗଲା। କମିଶନ କୁଆଡେ଼ ଗଲା। ୩୦ ଲକ୍ଷ ଲୋକଙ୍କ ଦରଖାସ୍ତ କୁଆଡେ଼ ଗଲା ବୋଲି ଶ୍ରୀ ରାଉତରାୟ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ,, ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦ ମୋହନ ଦାସ କମିସନ ଆଉ ଶୁଣାଣି କରିବେ ନାହିଁ। କମିସନ ଶୁଣାଣି ବନ୍ଦ ରଖିଛନ୍ତି। କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳଳ ୨୦୨୦, ଫେବ୍ରୁଆରି ୪ ରେ ଶେଷ ହୋଇଥିବା ବେଳେ ଆଉ ଥରେ କାର୍ଯ୍ୟକାଳ ବୃଦ୍ଧି କରାଯାଇନାହିଁ। ଏପରି ପରିସ୍ଥିତିରେ କମିସନ ଆଉ ବସିବେ ନାହିଁ ବୋଲି ମଙ୍ଗଳବାର ନୋଟିସ ଜାରି କରାଯାଇଛି। କମିସନଙ୍କ କଟକ ବକ୍ସିବଜାର ପୁଲିସ ଲାଇନ ସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପରି ପରିସ୍ଥିତିରେ ରାଜ୍ୟରେ ଚିଟଫଣ୍ଡ କେଳେଙ୍କାରୀକୁ ନେଇ ୨୦୧୩ ରୁ ଚାଲିଥିବା ବିଚାର ବିଭାଗୀୟ ତଦନ୍ତ ଏବଂ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ପ୍ରକି୍ରୟା ଏକ ପ୍ରକାର ବନ୍ଦ ହୋଇଥିବା କୁହାଯାଇଛି।

Comments are closed.