Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଆଇସିସି ମହିଳା ଟି-୨୦ ର‍୍ୟାଙ୍କିଙ୍ଗ: ଯୁବ ଖେଳାଳିଙ୍କ ରାଜ

ଦୁବାଇ: ଆଜି ଆଇସିସି ମହିଳା ଟି-୨୦ ର‍୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ସଦ୍ୟ ପ୍ରକାଶିତ ତାଲିକାରା ଭାରତୀୟ ମହିଳା ଦଳର ଯୁବ ଖେଳାଳି ଶେଫାଳୀ ବର୍ମାଙ୍କ ଧମାକା। ସେ ଆଇସିସି ମହିଳା ଟି-୨୦ ବ୍ୟାଟସମ୍ୟାନ ତାଲିକାରେ ନମ୍ବର ୧ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆରେ ଚାଲିଥିବା ୨୦୨୦ ଆଇସିସି ଟି-୨୦ ମହିଳା ବିଶ୍ବକପରେ ଦମଦାର ପ୍ରଦର୍ଶନ କରୁଛନ୍ତି ଏହି ଯୁବ ଖେଳାଳି। ଏବେ ସୁଦ୍ଧା ବିଶ୍ବକପରେ ୪ଟି ମ୍ୟାଚ ଖେଳି ମୋଟ ୧୬୧ ରନ୍‌ କରିଛନ୍ତି ଶେଫାଳୀ। ୧୬ ବର୍ଷୀୟ ଶେଫାଳୀ ଏପର୍ଯ୍ୟନ୍ତ ମୋଟ ୧୮ଟି ଟି-୨୦ ମ୍ୟାଚ ଖେଳି ୧୪୬.୯୬ ଷ୍ଟ୍ରାଇକ୍‌ ରେଟରେ ମୋଟ ୪୮୫ ରନ୍‌ କରିଛନ୍ତି ଶେଫାଳୀ।

ସେହିପରି ମହିଳା ଦଳର ପ୍ରାରମ୍ଭିକ ବ୍ୟାଟସମ୍ୟାନ ସ୍ମୃତି ମାନ୍ଧନା ଚଳିତ ବିଶ୍ବକପରେ ଆଖି ଦୃଷ୍ଟିଆ ପ୍ରଦର୍ଶନ କରି ପାରି ନାହାନ୍ତି ଫଳରେ ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଙ୍ଗରେ ୨ଟି ସ୍ଥାନକୁ ତଳକୁ ଖସି ୬ଷ୍ଠ ସ୍ଥାନରେ ଅଛନ୍ତି। ଜମିମା ରୋଡ୍ରିଗସ ୯ମ ସ୍ଥାନରେ ଅଛନ୍ତି।

ଚଳିତ ମହିଳା ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷରେ ୪ ଓ୍ବିକେଟ ନେଇଥିବା ଭାରତୀୟ ମହିଳା ଦଳର ସ୍ପିନର ପୁନମ ଯାଦବ ପ୍ରକାଶିତ ଆଇସିସ ବୋଲର ରାଙ୍କିଙ୍ଗରେ ୮ମ ସ‌୍ଥାନରେ ରହିଛନ୍ତି। ସେହିପରି ଦିପ୍ତି ଶର୍ମା ଓ ରାଧା କ୍ରମାଗତ ୬ଷ୍ଠ ଓ ୭ମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ୨୦ ବର୍ଷୀୟ ବୋଲର ସୋଫି ଏକଲୋଷ୍ଟନ ନମ୍ବର ୧ ବୋଲର ଭାବେ ରାଙ୍କିଙ୍ଗରେ ସ୍ଥାନ ପାଇଛନ୍ତି।

Comments are closed.