Odisha Link
Bridging the Missing Links in Odisha

ଚାବୁକ ମାଡ଼ ଖାଉଛନ୍ତି ନିରୀହ ଭକ୍ତ

ମାଲକାନଗିରି: ଆଜିର ବିଜ୍ଞାନ ଯୁଗରରେ ବି ଲୋକଙ୍କ ମନରୁ ଯାଇନି ଅନ୍ଧବିଶ୍ବାସ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଚାବୁକ ମାଡ଼ ଖାଉଛନ୍ତି ନିରୀହ ଲୋକେ। ଏମିିତି ଏକ ଘଟଣା ଘଟିଛି ମାଲକାନଗିରେ ଜିଲ୍ଲାର କରୁକୋଣ୍ଡା ଠାରେ । କରୁକୋଣ୍ଡାର ମା ମାଉଲି ଙ୍କ ଯାତ୍ରାରେ ଶ୍ରଦ୍ଧାଳୁ ନିଜର ମାନସିକ ପୂରଣ ପାଇଁ ସେଠାକାର ପୂଜାରୀ ଙ୍କ ହାତରୁ ଚାବୁକ ମାଡ଼ ଖାଉଛନ୍ତି। ଗୋଡ଼ ହାତ ଦେହ ଚାରିଆଡେ ବାଜୁଛି ଚାବୁକ ଛାଟ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ସର୍ବ ସମ୍ମୁଖରେ ଏହି ଚାବୁକ ମାଡ ହେଉଥିଲେ ବି ଏହାକୁ କେହି ପ୍ରତିବାଦ କରୁନଥିବା ବେଳେ ଲୋକେ ଏହାକୁ ଆସ୍ଥା ଓ ବିଶ୍ୱାସର ପ୍ରତୀକ ରୂପେ ଗ୍ରହଣ କରି ନେଇଛନ୍ତି। ହେଲେ ଏହା ଉପରେ ପ୍ରଶାସନର କୌଣସି ନଜର ପଡୁନାହିଁ।

Comments are closed.