Odisha Link
Bridging the Missing Links in Odisha

ବାଇକକୁ ଧକ୍କା ଦେଲା ହାଇଓ୍ବା; ଜଣେ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡସୁଆଁଳ ରଙ୍ଗମାଟିଆଠାରେ ଆଜି ଦିନ ପ୍ରାୟ ୧୨ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହାଇଓ୍ବା ଧକ୍କାରେ ବାଇକରେ ଥିବା ସିଆରୀମାଳିଆ ଗାଁର ସୁଧାକର ପ୍ରଧାନଙ୍କର ୪ ବର୍ଷର ପୁଅ ବିନୟ ପ୍ରଧାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଵେଳେ ବାଇକ ଚଲାଉଥିବା ଭାଇ ନିରଂଜନ ନାୟକଙ୍କର ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିବା ସାଙ୍ଗକୁ ସେ ଗୁରୁତର ଆହତ ହୋଇଛନ୍ତି।
ଗାଡ଼ିରେ ଥିବା ବିନୟଙ୍କ ମା’ କନକ ପ୍ରଧାନ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଗୁରୁତର ନିରଞ୍ଜନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଯୁବ ସ୍ବେଚ୍ଛାସେବୀ ଶାନ୍ତନୁ କୁମାର ସାହୁ ସେହି ରାସ୍ତାରେ ଯାଉଥିବାବେଳେ ଦୁର୍ଘଟଣା ତାଙ୍କ ଆଗରେ ହୋଇଥିବା ବେଳେ ସେ ଆହତଙ୍କୁ ଉଠାଇ ୧୦୮ ଆମ୍ବୁଲାନ୍ସରେ ମେଡ଼ିକାଲ ପଠାଇଥିଲେ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । କାମାକ୍ଷାନଗର ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଏହି ହାଇଓ୍ବା ଗାଡି ଭୁବନ ଆଡୁ କାମାକ୍ଷାନଗର ଆଡକୁ ଆସୁଥିଲା। ସେହିପରି ବାଇକରେ ସିଆରୀମାଳିଆ ଗାଁରୁ ନିରଂଜନ ନାୟକ, ବିନୟ ଓ କନକଙ୍କୁ ନେଇ ଏକ ବାହାଘର ଭୋଜିକୁ ଯାଉଥିଲେ। ତେବେ ହାଇଓ୍ବାଟି ଏହି ବାଇକକୁ ଧକ୍କା ଦେଇଥିଲା ।

Comments are closed.