Odisha Link
Bridging the Missing Links in Odisha

ଦିଲ୍ଲୀ ହିଂସା ପାଇଁ ହୋଲି ଖେଳିବେନି କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଚଳିତ ବର୍ଷ ହୋଲି ପାଳିବେ ନାହିଁ ଅରବିନ୍ଦ କେଜ୍ରିଓ୍ୱାଲ। ନିକଟରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ହୋଲି ପାଳିବେ ନାହିଁ ବୋଲି ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। କେବଳ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ନୁହଁନ୍ତି ତାଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟିର ଦଳୀୟ ବିଧାୟକ ଏବଂ କର୍ମୀ ମାନେ ମଧ୍ୟ ଚଳିତ ବର୍ଷ ହୋଲି ପାଳିବେ ନାହିଁ। ସୂଚନା ଯୋଗ୍ୟ, ଉତ୍ତର ପୂର୍ବ ଦିଲ୍ଲୀରେ ସିଏଏକୁ ନେଇ ହୋଇଥିବା ହିଂସାକାଣ୍ଡରେ ୪୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି।

କେଜ୍ରିଓ୍ୱାଲଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହୋଲି ପାଳିବେ ନାହିଁ ବୋଲି କହିଛନ୍ତି। କରୋନା ଭାଇରସ ପାଇଁ ଏକାଠି ନହେବାକୁ ବିଶେଷଜ୍ଞ ପରାମର୍ଶ ଦେଇଥିବେ ବେଳେ। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ୍ ହେବେ ନାହିଁ ବୋଲି କହିଛନ୍ତି।

Comments are closed.