ସଙ୍କଟରେ କମଳନାଥ ସରକାର!

ଭୋପାଳ: ମଧ୍ୟପ୍ରଦେଶରେ ପୁଣିଥରେ ଆରମ୍ଭ ହେଲା ରାଜନୈତିକ ହଟଚମଟ। ରାତିଅଧରେ ଚାଲିଲା ହାଇଭୋଲଟେଜ ଡ୍ରାମା। ଏପରିକି ବିଜେପି ମଧ୍ୟରାତ୍ରିରେ କଂଗ୍ରେସ ବିଧାୟକ ଓ ବିଏସପି ବିଧାୟକଙ୍କୁ ନେଇ ଗୁରୁଗ୍ରାମର ଏକ ହୋଟଲେରେ ଅଟକ ରଖିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏଥିସହିତ କଂଗ୍ରେସ ଅଭିଯୋଗ କରିଛି ଯେ, ରାଜ୍ୟରେ କମଳନାଥ ସରକାର ଭାଙ୍ଗିବା ପାଇଁ ବିଧାୟକଙ୍କୁ ନେଇ କିଣାବିକା କରୁଥିଲା ବିଜେପି।
କଂଗ୍ରେସ ନେତା ଦିଗବିଜୟ ସିଂହ ଟୁଇଟ କରି କହିଥିଲେ ଯେ, ବିଜେପି ନେତା ଭୁପେନ୍ଦ୍ର ସିଂହ ବିଏସପି ବିଧାୟକ ରମାବାଈଙ୍କୁ ନିଜ ସାଥିରେ ଚାଟାର୍ଡ ପ୍ଲେନରେ ଦିଲ୍ଲୀ ନେଇଛନ୍ତି। ହେଲେ ରମାବାଈଙ୍କ ପତି ଗୋବିନ୍ଦ ଏହି କଥାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ରମାବାଈ ତାଙ୍କ ପୁଅକୁ ଦେଖା କରିବା ପାଇଁ ଦିଲ୍ଲୀ ଯାଇଛନ୍ତି।
ଏହାପରେ ମଧ୍ୟରାତ୍ରରେ ସୂଚନା ମିଳିଥିଲାକି, ବିଜେପି ବିଏସପି ବିଧାୟକ ରମାବାଈଙ୍କ ସମେତ କିଛି କଂଗ୍ରେସ ବିଧାୟକ, ବିଏସପି ବିଧାୟକ ଓ ନିର୍ଦଳୀୟ ବିଧାୟକଙ୍କୁ ଗୁରୁଗ୍ରାମର ଏକ ହୋଟଲରେ ଅଟକ ରଖିଥିଲେ। ଏହାପରେ ଭୋପାଳରୁ କଂଗ୍ରେସର ମନ୍ତ୍ରୀ ଜିତୁ ପଟବାରୀ ଏବଂ ଜୟବର୍ଦ୍ଧନ ଦିଲ୍ଲୀ ଗସ୍ତ କରିଥିଲେ। ପଟବାରୀ ପହଁଞ୍ଚି କହିଥିଲେ ଯେ, ଆମେ ପହଁଞ୍ଚିବା ପୂର୍ବରୁୁ ସମସ୍ତ ବିଧାୟକ ସେହି ସ୍ଥାନରୁ ପଳାଇଥିଲେ। କେବଳ ରମାବାଈହିଁ ସେହି ସ୍ଥାନରେ ଉପସ୍ଥିତ ଥିଲେ।
ଏହି ଘଟଣାକ୍ରମ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଦିଲ୍ଲୀରେ ଉପସ୍ଥିତ ଥିଲେ। ଖବର ଶୁଣିବା ମାତ୍ରେ ଦିଗବିଜୟ ହୋଟଲେ ଯାଇ ପହଁଞ୍ଚିଥିଲେ। ଦିଗବିଜୟ ସିଂହ କହିଥିଲେ ଯେ, ଯେଉଁ ଲୋକଙ୍କ ସହ ଆମର ସଂପର୍କ ସ୍ଥାପନା ହୋଇ ପାରିଥିଲା ସେମାନେ ଆମ ସହ ଆସିବାକୁ ରାଜି ହୋଇଗଲେ। ଆମେ ବିସାହୁଲାଲ ସିଂହ ଓ ରମାବାଈଙ୍କ ସହ ସମ୍ପର୍କ କଥାବାର୍ତ୍ତା ହୋଇଥିଲା। ଫଳରେ ରମାବାଈ ଆମ ସହ ଆସିଥିଲେ।
ଦିଗବିଜୟ ଆହୁରି କହିଛନ୍ତି ଯେ, ବିଜେପିର ରାମପାଲ ସିଂହ, ନରୋତ୍ତମ ମିଶ୍ର, ଅରବିନ୍ଦ ଭଦୌରିଆ ଓ ସଞ୍ଜୟ ପାଠକ ଟଙ୍କା ଦେବା ଅଭିଯୋଗ କରିଛନ୍ତି ଦିଗବିଜୟ। ଆମକୁ ଲାଗୁଛି ଯେ ୧୦ରୁ ୧୧ ବିଧାୟକଙ୍କୁ ବିଜେପି ହେଟଲରେ ରଖିଥିଲା। ଏବେ ତାଙ୍କ ପାଖରେ ମାତ୍ର ୪ଜଣ ବିଧାୟକ ଅଛନ୍ତି। ସେମାନେ ବି ବହୁତ ଶୀଘ୍ର ଆସିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ।