Odisha Link
Bridging the Missing Links in Odisha

ରାଜ୍ୟରେ ଆଉ ଦୁଇ ଜଣ କରୋନା ସନ୍ଦିଗ୍ଧ

ଭୁବନେଶ୍ବର: ଗତକାଲି ପାରାଦୀପରୁ ଦୁଇ କରୋନା ସନ୍ଦିଗ୍ଧ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାଙ୍କ ତରଫରୁ ଘନ ଘନ ବୈଠକ ବସୁଛି। ସେପଟେ ରାଜ୍ୟର ପୃଥକ ପୃଥକ ସ୍ଥାନରେ ଆଜି ଆଉ ୨ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସୋନପୁର ଜିଲ୍ଲାର ହୋଇଥିବା ବେଳେ ଆଉ ଜଣେ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ବୁର୍ଲାସ୍ଥିତ ଭିମସାରରେ ଭର୍ତ୍ତି ହୋଇଥିବା ବେଳେ ଆଉ ଜଣେ କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସୋନପୁର ଜିଲ୍ଲାର ଯୁବକଜଣକ ଗତ ୨୭ରେ ଦୁବାଇରୁ ଫେରିଥିଲେ। ଥଣ୍ଡା, ଜ୍ୱର ନ ଛାଡ଼ିବାରୁ ଭୀମସାରର ସ୍ୱତନ୍ତ୍ର କରୋନା ୱାର୍ଡରେ ତାଙ୍କ ଚିକିତ୍ସା କରାଯାଉଛି। ସନ୍ଦିଗ୍ଧଙ୍କଠାରୁ ସ୍ୱାବ ନମୁନା ସଂଗ୍ରହ କରି ଭୁବନେଶ୍ୱର ପଠାଇଥିବା କହିଛନ୍ତି କର୍ତ୍ତୃପକ୍ଷ। ସେହିପରି କେନ୍ଦୁଝର ଜିଲ୍ଲାରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ କିଛି ଦିନ ପୂର୍ବରୁ ଆଣ୍ଡାମାନା ନିକୋବରରୁ ଫେରିଥିଲେ। ହେଲେ ସେବେଠୁ ଥଣ୍ଡା କାଶ ନ ଛାଡ଼ିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.