Odisha Link
Bridging the Missing Links in Odisha

ଉତ୍କଳ ବିଶ୍ୱବିଦ୍ୟାଳୟରେ ୫ଟି ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ୫ଟି ପ୍ରୟାସ ଅନ୍ତର୍ଭୁକ୍ତ ମୋ ସରକାର ଯୋଜନାର ସଫଳ ରୂପାନ୍ୱୟନ ନିମନ୍ତେ ବୁଧବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗରେ ୫ଟି ସରକାରୀ ଭାବେ କାର୍ଯ୍ୟକାରୀ ହେବାକୁ ଆଖିରେ ରଖି ଏହି ବୈଠକ ରଖାଯାଇଥିଲା ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୁଳସଚିବ ଦୟାନିଧି ନାୟକ, ଅର୍ଥ ନିୟନ୍ତ୍ରକ ସୁରେନ୍ଦ୍ର କୁମାର ସାହୁ ଓ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ଉପସ୍ଥିତ ଥିଲେ ।

ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାର ଆବଶ୍ୟକତା ଉପରେ କୁଳସଚିବ ଗୁରୁତ୍ତ୍ଵ ଦେଇ କହିଥିଲେ । ସେହିପରି ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ପରୀକ୍ଷା ବ୍ୟବସ୍ଥାରେ ସୁଧାର ଏବଂ ସ୍ୱଚ୍ଛତା ଆଣିବା ଦିଗରେ ବିଶ୍ୱବିଦ୍ୟାଳୟ ପ୍ରଯତ୍ନଶୀଳ ରହିବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ ।

ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଥିବା ଏମକେସିଜି ଅଡିଟୋରିଅମରେ ଏହି ବୈଠକର ପରିଚାଳନା ହୋଇଥିଲା । ଏଥିରେ ପ୍ରାୟ ୫୦୦ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

ଗତବର୍ଷ ଅକଟୋବର ମାସରେ ଉଚ୍ଚଶିକ୍ଷା ବିଭାଗ ୫ଟି ପ୍ରୟାସର ମୋ ସରକାର ଯୋଜନା ଅନ୍ତର୍ଭୁକ୍ତ ହେବ ବୋଲି ଘୋଷଣା ହେଇଥିଲା । ଏହାର ସଫଳ ରୂପାନ୍ୱୟନ ନିମନ୍ତେ ଅନେକ ନିର୍ଦ୍ଦେଶାବଳୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।

Comments are closed.