Odisha Link
Bridging the Missing Links in Odisha

ସିନେମା ‘ଅତରଙ୍ଗୀ ରେ’ ର ଶୁଟିଂ ଆରମ୍ଭ

ମୁମ୍ବାଇ : ବଲିଉଡର ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲି ଖାନ୍‌ ଅନେକ ହିଟ ସିନେମାରେ କାମ କରିସାରିଛନ୍ତି । ବର୍ତ୍ତମାନ ସେ ନିଜ ଆଗାମୀ ସିନେମା ‘ଅତରଙ୍ଗୀ ରେ’ ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ସହ ଆକ୍ସନ ହିରୋ ଅକ୍ଷୟ କୁମାର, ଅଭିନେତା ଧନୁଷ ମଧ୍ୟ ନଜର ଆସୁଛନ୍ତି ।

ସିନେମାଟି ମାର୍ଚ୍ଚ ୫ରୁ ସୁଟିଙ୍ଗ ଆରମ୍ଭ ହୋଇଯାଇଛି । ନିର୍ମାତା ଭୂଷଣ କୁମାର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟକରି ଏହି ସୂଚନା ଦେଇଛନ୍ତି।

ଏଥିରେ ଏ. ଆର ରେହମାନ ସଂଗୀତ ଦେଇଥିବା ବେଳେ କାହାଣୀ ଲେଖିଛନ୍ତି ହିମାଂଶୁ ଶର୍ମା । ସିନେମାଟି ୨୦୨୧ ଭାଲେଣ୍ଟାଇନ୍‌ ଦିବସରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି ।

ତେବେ ସିନେମାଟିରେ ସାରା ଅଲି ଖାନ ଏକ ଡବଲ ଭୂମିକାରେ ଅଭିନୟ କରିବେ। ସେ ଅକ୍ଷୟ ଓ ଧନୁଷଙ୍କ ପ୍ରେମୀକା ଭୂମୀକାରେ ନଜର ଆସିବେ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଅକ୍ଷୟଙ୍କ ସହ ବିହାରରେ ଏବଂ ମଦୁରାଇରେ ଧନୁଷଙ୍କ ସହ ସୁଟିଙ୍ଗ ହେବ ।

ଅକ୍ଷୟଙ୍କ ହାତରେ କିଛି ଅତି ଆକର୍ଷଣୀୟ ପ୍ରୋଜେକ୍ଟ ଅଛି ଯେଉଁଥିରେ ‘ସୂର୍ଯ୍ୟବଂଶି’, ‘ବଚ୍ଚନ ପାଣ୍ଡେ’, ‘ଲକ୍ଷ୍ମୀ ବମ୍’ ଏବଂ ‘ବେଲ ବୋଟମ’ ଅନ୍ତର୍ଭୁତ୍ତ । ଅନ୍ୟପକ୍ଷରେ ସାରା ଅଲି ଖାନ ପରବର୍ତ୍ତୀ ସମୟରେ ମୁଖ୍ୟ ଭୂମିକାରେ ବରୁଣ ଧାୱନଙ୍କ ସହ ଅଭିନୟ କରିଥିବା ଡେଭିଡ ଧାୱନଙ୍କ ‘କୁଲି ନମ୍ବର’ ’ର ଅଫିସିଆଲ ରିମେକରେ ଦେଖିବାକୁ ମିଳିବ।

Comments are closed.