Odisha Link
Bridging the Missing Links in Odisha

ସଲ୍‌ମାନ୍‌ଙ୍କୁ କରୋନା ଭୟ

ମୁମ୍ବାଇ : କରୋନା ଭାଇରସ୍‌ର ର ଭୟ ସାରା ଦେଶରେ ସ୍ଥବ୍ଧ କରି ଦେଇଛି । ଏହା ସାଧାରଣ ଜୀବନ ଯାପନକୁ ବହୁତ ପ୍ରଭାବିତ କରୁଛି । ଏହି ଭାଇରସର ଭୟକୁ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଦେଖିବାକୁ ମିଳିଛି ।

ଏହାର ଭୟରେ ଅନେକ ଷ୍ଟାର ନିଜର ଶୋ’ ଓ ଟୁର୍‌ କ୍ୟାନସ୍‌ଲ୍‌ କରିସାରିଲେଣି । ସବୁବେଳେ ବେପରୱା ରହୁଥିବା ଦବଙ୍ଗ ଖାନ୍ ବି କରୋନା ଭାଇରସ୍‌ ଭୟରେ ଆତଙ୍କିତ ହୋଇପଡ଼ିଛନ୍ତି। ସଲୁ ନିଜ ଅପକମିଂ ସିନେମା ‘ରାଧେ : ୟୋର୍‌ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ ଶୁଟିଂ ବନ୍ଦ କରିଦେଇଛନ୍ତି ।

ସୂଚନା ଅନୁଯାୟୀ, ସଲ୍‌ମାନ୍‌ଙ୍କ ସିନେମା ‘ରାଧେ’ର କିଛି ଅଂଶ ଥାଇଲାଣ୍ଡରେ ଶୁଟିଂ ହେବାର ଥିଲା। ହେଲେ କରୋନା ଭାଇରସ୍‌ର ଭୟ ଯୋଗୁ ଏହି ଶୁଟିଂ ଉପରେ ରୋକ ଲଗାଇ ଦିଆଯାଇଛି। ଅବଶ୍ୟ ଏ ନେଇ ସଲ୍‌ମାନ୍ କି ତାଙ୍କ ଟିମ୍‌ କୌଣସି ଘୋଷଣା କରିନାହାଁନ୍ତି ।  ତେବେ ଶୁଣିବାକୁ ମିଳୁଛି ଯେ ଯେଉଁ ସିନ୍‌ଗୁଡ଼ିକ ଥାଇଲାଣ୍ଡରେ ଶୁଟ୍‌ ହେବାର ଥିଲା, ସେଗୁଡ଼ିକ ଏବେ ମୁମ୍ବାଇରେ ହିଁ ଶୁଟ୍‌ କରାଯିବ।

କିଛି ଦିନ ତଳେ ସଲ୍‌ମାନ୍ ନିଜର ଏକ ଫୋଟୋ ଶେଆର କରି କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ କିଛି ଟିପ୍ସ ଶେଆର କରିଥିଲେ। ଏଥିରେ ସେ ଜିମ୍‌ରେ ସର୍ଟ ଲେସ ହୋଇ ହାତ ଯୋଡ଼ି ନମସ୍କାର କରୁଥିବା ପୋଜ୍‌ରେ ନଜର ଆସିଥିଲେ।

https://www.instagram.com/p/B9VvxM1laKc/

ଫଟୋ ଶେଆର କରି ସଲ୍‌ମାନ୍ ଲେଖିଥିଲେ, ‘ନମସ୍କାର, ଆମ ସଭ୍ୟତାରେ ନମସ୍କାର ଓ ସଲାମ୍‌ ଅଛି, ଯେବେ କରୋନା ଭାଇରସ୍ ଶେଷ ହୋଇଯିବ ସେତେବେଳେ ହାତ ମିଳାଇବେ ଓ ଆଲିଙ୍ଗନ କରିବେ।’ ସଲ୍‌ମାନଙ୍କ ପୂର୍ବରୁ ଅଭିନେତା ଅନୁପମ ଖେର୍‌ ମଧ୍ୟ କରୋନା ଭାଇରସ୍‌ରୁ ବଞ୍ଚିବା ପାଇଁ ସମସ୍ତଙ୍କୁ ନମସ୍କାର କହିବା ପାଇଁ ଉପଦେଶ ଦେଇଥିଲେ।
ଚନାଯୋଗ୍ୟ, ‘ରାଧେ: ୟୋର୍‌ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ ଫିଲ୍ମରେ ସଲ୍‌ମାନ୍‌ ଓ ଦିଶା ପଟାନି ଲିଡ୍‌ ରୋଲ୍‌ରେ ନଜର୍‌ ଆସିବେ। ନେଗେଟିଭ୍‌ ଚରିତ୍ରରେ ନଜର ଆସିବେ ରଣଦୀପ ହୁଡା। ସିନେମାଟି ୨୦୨୦ ମେ ୨୨ରେ ଇଦ୍‌ ଅବସରରେ ରିଲିଜ୍‌ ହେବ।

Comments are closed.