ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ଫାଶି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ଫାଶି। ଫାଶି ପାଇଁ ଆଜି ନୂଆ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ। ମାର୍ଚ୍ଚ ୨୦ ସକାଳ ୫.୩୦ ସମୟରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶି ଦେବାକୁ ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ୩ ଥର କୋର୍ଟଙ୍କ ପକ୍ଷରୁ ଡେଥ୍ ୱାରେଣ୍ଟ ଜାରି ହୋଇଥିଲା। କିନ୍ତୁ ଦୋଷୀମାନେ ପ୍ରତିଥର ଆଇନଗତ ବିକଳ୍ପର ସହାୟତା ନେଇ ଫାଶୀକୁ ବିଳମ୍ବିତ କରି ଚାଲିଥିଲେ। ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ ଗତକାଲି ରାଷ୍ଟ୍ରପତି ଖାରଜ କରିଥିଲେ। ଏଥିସହ ଏବେ ସବୁ ଦୋଷୀଙ୍କ ପାଖରେ ଫାଶିରୁ ବଂଚିବାର ଆଉ କୌଣସି ବିକଳ୍ପ ନଥିବାରୁ ଏଥର ଫାଶି ସୁନିଶ୍ଚିତ ବୋଲି କୁହାଯାଉଛି। ୪ ଦୋଷୀଙ୍କୁ ଏକକଳାଳୀନ ଫାଶି ଦିଆଯିବ।
Comments are closed.