Odisha Link
Bridging the Missing Links in Odisha

ୟେସ୍ ବ୍ୟାଙ୍କ ସ୍ଥିତି ଖୁବଶୀଘ୍ର ସୁଧୁରିଯିବ, ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସଙ୍କଟରେ ଦେଶର ଅନ୍ୟତମ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ। ଏହି ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଲାଗିଛି କଟକଣା। ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ୟେସ୍‌ ବ୍ୟାଙ୍କ ଉପଭୋକ୍ତା ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ। ଏହାକୁ ନେଇ ୟେସ୍‌ ବ୍ୟାଙ୍କ ଗ୍ରାହକ ଚିନ୍ତାରେ ଅଛନ୍ତି।

 ୟେସ ବ୍ୟାଙ୍କ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। ୟେସ୍ ବ୍ୟାଙ୍କ ସ୍ଥିତି ଖୁବଶୀଘ୍ର ସୁଧୁରିଯିବ । ଜମାକାରି ବ୍ୟସ୍ତନହେବାକୁ ସେ କହିଛନ୍ତି। ଏହାସହ ଆରବିଆଇ ଅଧିକାରୀ ୟେସ୍ ବ୍ୟାଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ସେ କହିଛନ୍ତି। ଏଟିଏମରୁ ଟଙ୍କା ହ୍ରାସ ପ୍ରସଙ୍ଗରେ ଆରବିଆଇ ସହ ଆଲୋଚନା କରିିବେ ବୋଲି ସୀତାରମଣ କହିଛନ୍ତି।

ଅପରପକ୍ଷେ ଆଜି ପ୍ରାୟ ୬୦% ୟେସ୍ ବ୍ୟାଙ୍କ ସେୟାର କମିଛି । ଗ୍ରାହକମାନେ ୩୦ଦିନ ମଧ୍ୟରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେନି ବୋଲି ସୂଚନା ରହିଛି । ଟଙ୍କା ଉଠାଣ ନେଇ ଆରବିଆଇ ଏହି କଟକଣା ଲଗାଇଛି । ଏନେଇ ୟେସ୍ ବ୍ୟାଙ୍କରୁ ଜମା ଟଙ୍କା ଉଠାଇବା ପାଇଁ ଏଟିଏମ ଆଗରେ ଗ୍ର।।ହକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି ।

Comments are closed.