Odisha Link
Bridging the Missing Links in Odisha

ୟେସ୍‌ ବ୍ୟାଙ୍କ ସଙ୍କଟ: ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ, କହିଲା ୨୦୧୪ରେ ୧୫ ଲକ୍ଷ ଆଉ ଏବେ ତାଲା…

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ସଙ୍କଟକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ଜୟବୀର ଶେରଗିଲ। ସେ ଟୁଇଟ କରି କହିଛନ୍ତି ଯେ, ୟେସ୍‌ ବ୍ୟାଙ୍କର ଖରାପ ଅବସ୍ଥା ପାଇଁ ବିଜେପି ସରକାରର ପକୁଡ଼ିନମକିନକୁ ଧନ୍ୟବାଦ। ଯାହା ଭାରତକୁ ‘ଆର୍ଥିକ ବନ୍ଦ’ ରାଜଧାନୀ କରିବା ଲକ୍ଷ୍ୟରେ ଅଛି ବୋଲି କହିଛନ୍ତି। ଏଥିସହିତ ସେ ପ୍ରଶ୍ନ କରିଛନ୍ତି ଯେ, ଆଉ କେତେ ବ୍ୟାଙ୍କ କାଙ୍ଗାଳ ହେବ? ,କେତେ ଉଦ୍ୟୋଗ ଆଉ ବନ୍ଦ ରହିବ? , ଅର୍ଥମନ୍ତ୍ରୀ ଇସ୍ତଫା ଦେବା ପୂର୍ବରୁ ଆଉ କେତେ ବେକାରୀ ସମସ୍ୟା ଦେଶରେ ଦେଖାଯିବ ବୋଲି ପ୍ରଶ୍ନ କରିଛନ୍ତି।

ଏହାପରେ ଆଉ ଏକ ଟୁଇଟ କରି ବିଜେପିକୁ କଟୁ ସମାଲୋଚନା କରିଛନ୍ତି। ବିଜେପିର ୬ବର୍ଷର ସ୍ଲୋଗାନର ସତ୍ୟତା ୨୦୧୪ ମସିହା: ୧୫ ଲକ୍ଷ ନେଇ ଯାଅ (ସମସ୍ତଙ୍କ ପାଇଁ), ୨୦୧୮ ମସିହ: ପକୁଡ଼ି ନେଇଯାଅ (ବେରୋଜଗାର ପାଇଁ), ୨୦୨୦ ମସିହା: ତାଲା ନେଇଯାଅ (ବ୍ୟାଙ୍କ ଓ ଉଦ୍ୟୋଗ ପାଇଁ ) ଏଭଳି ଟୁଇଟ କରି ତାତ୍ସଲ୍ୟ କରିଛନ୍ତି ଜୟବୀର। ସେ ଆହୁରି କହିଛନ୍ତି ଯେ, ବିଜେପିର ଖରାପ ଅର୍ଥ ନୀତି ପାଇଁ ଏଭଳି ଅସୁବିଧା ଉପୁଜୁଛି।

Comments are closed.