Odisha Link
Bridging the Missing Links in Odisha

ରାଜ୍ୟସଭା ପ୍ରାର୍ଥୀପତ୍ର ଘୋଷଣା, ଜାଣନ୍ତୁ କିଏ କ’ଣ କହିଲେ

ଭୁବନେଶ୍ବର: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀପତ୍ର ଘୋଷଣା ହୋଇଛି। ଏନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ସୁବାସ ସିଂହ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି ।
ପ୍ରାର୍ଥୀପତ୍ର ଘୋଷଣା ହେବା ପରେ ନିଜର ୪ ପ୍ରାର୍ଥୀ ମାନେ ନଜର ମତ ରଖିଛନ୍ତି।
୧. ମୁନା ଖାଁ- ମୋ ପରିଶ୍ରମର ଫଳ ମୋତେ ମିଳିଲା। ମୋତେ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
୨.ମମତା ମହାନ୍ତ- ମୋତେ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାଙ୍କୁ ଅଗ୍ରାଧିକାର ଦିଅନ୍ତି। ମୋ ଦାୟିତ୍ବ ସୂଚାରରୂପେ ତୁଲାଇବି।
୩. ସୁଜିତ୍‌ କୁମାର- ମୋତେ ରାଜ୍ୟସଭା ପ୍ରାର୍ଥୀ କରିବା, ମୋ ପାଇଁ ସରପ୍ରାଇଜ୍। ମୁଖ୍ୟମନ୍ତ୍ରୀ ମୋତେ ଯୋଗ୍ୟ ଭାବିଥିବାରୁ ମୁଁ ତାଙ୍କ ଠାରେ କୃତଜ୍ଞ। ଆଦିବାସୀ ଅଞ୍ଚଳର ବିକାଶ ଲାଗି ମୁଁ ଉଦ୍ୟମ କରିବି। ଆଦିବାସୀ ଅଞ୍ଚାଳର ଶିକ୍ଷା, ସ୍ବାସ୍ଥ୍ୟର ବିକାଶ ଲାଗି ପ୍ରାଧାନ୍ୟ ଦେବି।
୪. ସୁବାସ ସିଂ- ମୋତେ ଯେତେବେଳେ ବି ଯାହା ଦାୟିତ୍ବ ମିଳିଛି ତୁଲାଇଛି। ଏ ଦାୟିତ୍ବ ମଧ୍ୟ ଭଲ ଭାବେ ତୁଲାଇବି । ମୋତେ ପ୍ରର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କୃତଜ୍ଞ।

Comments are closed.